କରୋନା ଲଢ଼େଇ ପାଇଁ ଚାଇନାରୁ ଭାରତକୁ ଆସିଲା ସୁରକ୍ଷା କବଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

କରୋନା ଲଢ଼େଇ ପାଇଁ ଚାଇନାରୁ ଭାରତକୁ ଆସିଲା ସୁରକ୍ଷା କବଚ

ଗୌହାଟୀ: ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ(ପିପିଇ) ସରକାର ଯୋଗାଇ ପାରୁନାହାନ୍ତି। ଏସବୁ ଭିତରେ ବୁଧବାର ସନ୍ଧ୍ୟାରେ ୫୦ ହଜାର ପିପିଇ ଧରି ଚାଇନାର ଏକ ବିମାନ ଭାରତରେ ପହଞ୍ଚି ଯାଇଛି। ତେବେ ଏହି ୫୦ ହଜାର ପିପିଇ ଆସାମ ସରକାର ହିଁ ବ୍ୟବହାର କରିବେ। ଦେଶର ପ୍ରଥମ ରାଜ୍ୟ ଭାବେ ଆସାମକୁ ଚାଇନାରୁ ସାମଗ୍ରୀ ଆସି ପହଞ୍ଚିଛି।

ବୁଧବାର ରାତି ୮.୧୫ରେ ବ୍ଲ୍ୟୁ ଡାର୍ଟର କାରଗୋ ବିମାନ ଗୌହାଟୀ ଏୟାରପୋର୍ଟରେ ପହଞ୍ଚିଥିଲା। ଏହି ବିମାନଟି ୫୦ ହଜାର ପିପିଇ ଧରି ଗୁଆନଙ୍ଗଝୋହୁରୁ ନିରବିଚ୍ଛିନ୍ନ ଭାବେ ୫ ଘଣ୍ଟା ଯାତ୍ରା କରି ଆସାମରେ ପହଞ୍ଚିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏକାଧିକ ରାଷ୍ଟ୍ର ପିପିଇ ରପ୍ତାନୀ କରିବାକୁ ମନା କରିଦେଇଥିବା ବେଳେ ଚାଇନା କିନ୍ତୁ ଏହାକୁ ଉତ୍ପାଦନ କରିବା ସହ ଅନ୍ୟ ଦେଶକୁ ପଠାଇବା ଆରମ୍ଭ କରିଛି।

ଗୌହାଟୀ ବିମାନବନ୍ଦରରେ ପିପିଇ ଗୁଡ଼ିକୁ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ତଦାରଖ କରିଛନ୍ତି। ସେ କହିଛନ୍ତି, “ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ଏକାଧି ଦେଶ ଚାଇନା ଠାରୁ ପିପିଇ ନେବାକୁ ଅର୍ଡର କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଆମେ ବ୍ୟକ୍ତିଗତ ସ୍ତରରେ ଚାଇନା ଠାରୁ ସିଧାସଳଖ ପିପିଇ ଅର୍ଡର କରିଥିଲୁ। ଆମେରିକା ମଧ୍ୟ ଚାଇନା ଠାରୁ ଏହି ପିପିଇ ନେଉଛି।”

ସୂତ୍ର ଅନୁସାରେ, କରୋନା ମୁକାବିଲା ପାଇଁ ଆସାମ ସରକାର ୨ ଲକ୍ଷ ପିପିଇ କିଟ ସଂରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ୫୦ ହଜାର କିଟ୍‌ ପହଞ୍ଚିବା ପୂର୍ବରୁ ଆସାମ ପାଖରେ ପ୍ରାୟ ୧ ଲକ୍ଷ ପିପିଇ ରହିଥିଲା। ଏବେ ଆଉ ୫୦ ହଜାର ଏଥିରେ ଯୋଡ଼ି ହୋଇଯାଇଛି।



from Odisha Reporter https://ift.tt/2wImz6R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages