ରାଉରକେଲାରେ ଡ୍ରୋନ୍‌ ସର୍ଭେ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ରାଉରକେଲାରେ ଡ୍ରୋନ୍‌ ସର୍ଭେ ଆରମ୍ଭ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  ରାଉରକେଲା ସହରର ନାଲାରୋଡ୍‌, ପ୍ଲାଣ୍ଟସାଇଟ୍‌ ରୋଡ୍‌ ଓ ଡେଲିମାର୍କେଟ ଆଦି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଯାଇଛି। ଏହି ଅଞ୍ଚଳକୁ ରାସ୍ତାଗୁଡ଼ିକ ଅଣ ଓସାରିଆ ହୋଇଥିବାରୁ ଗାଡ଼ି ଚଳାଚଳ ସମ୍ଭବପର ହେଉନାହିଁ। ସେଥିପାଇଁ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ଡ୍ରୋନ୍‌ର ସାହାଯ୍ୟ ନିଆଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ସାନିଟାଇଜ୍‌ କରାଯିବ। ଶୁକ୍ରବାରଠାର ଏହି ପ୍ରକ୍ରିୟା ଆରମ୍ଭ ହେବ।

ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟକ୍ଷ ଭାବେ ଏହି ଡ୍ରୋନ୍‌ ଅପରେସନକୁ ମନିଟରିଂ କରିବେ। କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଆଶା କର୍ମୀମାନେ ଘର ଘର ବୋଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଶ୍ରା ଅଞ୍ଚଳର ୫ ଜଣ ଥିବା ବେଳେ ରାଉରକେଲା ନାଲା ରୋଡ଼ ଅଞ୍ଚଳର ୫ ଆକ୍ରାନ୍ତ ଥିବା ଜଣାଯାଇଛି। ଜିଲ୍ଲାର ୧୦  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2Yg1wUD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages