ଛାତ୍ରଛାତ୍ରୀଙ୍କ ପାଇଁ ଏକକ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

ଛାତ୍ରଛାତ୍ରୀଙ୍କ ପାଇଁ ଏକକ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ମ୍ୟାଟ୍ରିକ ପରୀକ୍ଷା ସରିଥିବା ବେଳେ କରୋନା ଯୋଗୁ ଏପର୍ଯ୍ୟନ୍ତ ଖାତା ଦେଖା ହୋଇନାହିଁ। ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ରହିଛି।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏକକ କାର୍ଯ୍ୟସୂଚୀ ବା ୟୁନିଫର୍ମ ସିଡ୍ୟୁଲ ପ୍ରକାଶ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏକକ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଚିଠି ମାଧ୍ୟମରେ ନବୀନଙ୍କୁ ନିବେଦନ କରିଛନ୍ତି।



from Odisha Reporter https://ift.tt/3cGhxan

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages