ମୁମ୍ବାଇ: ମହାରାଷ୍ଟ୍ର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୫୪ ବର୍ଷୀୟ ଜିତେନ୍ଦ୍ର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।
ଏହାପୂର୍ବରୁ ତାଙ୍କ ପାଖରେ କାମ କରୁଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଜିତେନ୍ଦ୍ର ଓ ତାଙ୍କ ପରିବାର ୧୫ ଦିନ ହେଲା ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ମନ୍ତ୍ରୀ ଜିତେନ୍ଦ୍ର ଜଣେ ପୁଲିସ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଏଭଳି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
ସେ ପୁଲିସ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପରେ ଏପ୍ରିଲ ୧୩ରେ କରୋନା ପରୀକ୍ଷା କରିଥିଲେ। ତେବେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମୁମ୍ବାରା-କଲୱା ନିର୍ବାଚନୀ ମଣ୍ଡଳର ଏନସିପି ବିଧାୟକ ଜିତେନ୍ଦ୍ର ଏପ୍ରିଲ ମାସରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବୈଠକ କରି ଲକଡାଉନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହି ସମୟରେ ସେ ଜଣେ ବରିଷ୍ଠ ପୁଲିସ୍ ଇନସପେକ୍ଟରଙ୍କୁ ଭେଟିଥିଲେ। ପରେ ଏହି ପୁଲିସ ଅଧିକାରୀ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
from Odisha Reporter https://ift.tt/3bzsnib
No comments:
Post a Comment