ବ୍ରସେଲ, ବେଲଜିୟମ: ସାରା ବିଶ୍ୱ ପାଇଁ ଏବେ କରୋନା ଭାଇରସ ବଡ଼ ଚ୍ୟାଲେଞ୍ଜ। ଏଯାବତ ୨୦୫ଟି ଦେଶକୁ ଏହି ଘାତକ ଭାଇରସ ବ୍ୟାପିଛି। ଆଗକୁ ଅନ୍ୟ ଦେଶକୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବାସୀ ଘର ଭିତରେ ରହି ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ଏହାରି ଭିତରେ ବୈଜ୍ଞାନିକମାନେ ଏକ ଗବେଷଣା କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି କରୋନା ଓ ଏହାର ପ୍ରଭାବରେ ଲକ୍ଡାଉନ୍ ପାଇଁ ଧରାପୃଷ୍ଠର କମ୍ପନ ଶାନ୍ତ ପଡ଼ିଯାଇଛି।
ବେଲଜିୟମରେ ରୟାଲ ଆବଜବେଟରୀର ଭୂକମ୍ପ ବିଜ୍ଞାନୀ ଥମାସ ଲେକୋକ ବ୍ରସେଲ୍ସରେ କହିଛନ୍ତି, କରୋନା ଭାଇରସକୁ ରୋକିବା ପାଇଁ ଅନେକ ଦେଶରେ ଲକ୍ଡାଉନ୍ ରହିଛି। ପରିବହନ ସେବା ବନ୍ଦ ରହିଥିବା ବେଳେ ରାସ୍ତା ଘାଟ ଶୂନଶାନ ରହିଛି। ତେଣୁ ଧରାପୃଷ୍ଠର ଉପରି ଭାଗରେ ହେଉଥିବା କମ୍ପନ ଏବେ ଶାନ୍ତ ପଡ଼ିଛି। କାର, ବସ, ଟ୍ରକ ଓ ଭାରି ଯାନ ଚଳାଚଳ, କଳକାରଖାନା ବନ୍ଦ ରହିଥିବାରୁ ଧରିତ୍ରୀର ଉପରିଭାଗ ଏବେ ଶାନ୍ତ ପଡ଼ିଛି।
Our staff is teleworking. The earth continues shaking. Ground movements at frequencies 1-20 Hz, mainly due to human activity (cars, trains, industries,…) are much lower since the implementation of the containment measures by the government. #StayHome @ibzbe @CrisiscenterBE pic.twitter.com/pGgQAyLuUP
— Seismologie.be (@Seismologie_be) March 20, 2020
ଥମାସ ଆହୁରି କହିଛନ୍ତି, କେବଳ ବ୍ରସେଲ୍ସରେ ମାର୍ଚ୍ଚରେ ଧରିତ୍ରୀର କମ୍ପନ ୩୦ ପ୍ରତିଶତରୁ ୫୦ ପ୍ରତିଶତ କମିଛି। ଭୂକମ୍ପ ବିଜ୍ଞାନୀମାନେ ମଧ୍ୟ କ୍ଷୁଦ୍ରତମ ଭୌଗୋଳିକ ଗତିବିଧିକୁ ଚିହ୍ନଟ କରିପାରିବେ। ପୃଥିବୀର ଉପର ସ୍ତରରେ ହେଉଥିବା କମ୍ପନ୍ନ ମନୁଷ୍ୟକୃତ ହୋଇଥିବାରୁ ଏହାକୁ ମାପି ହୋଇନଥିଲା। ଏବେ ଚାରିଆଡେ ଶାନ୍ତ ରହିଥିବାରୁ କମ୍ପନର ଯୋଗୁଁ ପୃଥିବୀର ଏହି କମ୍ପନଗୁଡିକ ସାଧାରଣ ସମୟରେ ରେକର୍ଡ ହୋଇନଥିଲା। ତେଣୁ ସହର ବାହାରେ ସବୁବେଳେ ଭୂକମ୍ପର ତୀବ୍ରତା ମପାଯାଇଥାଏ। କାରଣ ସେହି ସ୍ଥାନ ଗୁଡ଼ିକ ଶାନ୍ତ ରହିଥାଏ।
ସୂଚନାଯୋଗ୍ୟ, ଭୂମିକମ୍ପ ବିଶେଷଜ୍ଞମାନେ ପୃଥିବୀର କମ୍ପନକୁ ଚିହ୍ନଟ କରିବା ପାଇଁ ବୋରହୋଲ ଷ୍ଟେସନ (ଭୂତଳ କେନ୍ଦ୍ର) ବ୍ୟବହାର କରନ୍ତି।
from Odisha Reporter https://ift.tt/3bL9yrO
No comments:
Post a Comment