କରୋନାରେ କଂଗ୍ରେସ କର୍ପୋରେଟରଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

କରୋନାରେ କଂଗ୍ରେସ କର୍ପୋରେଟରଙ୍କ ମୃତ୍ୟୁ

ଗାନ୍ଧିନଗର: କରୋନାରେ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ମୃତ୍ୟୁ ହୋଇଛି। ଗୁଜରାଟ କଂଗ୍ରେସର ସେ ଜଣେ ବରିଷ୍ଠ ନେତା। ମୃତ୍ୟୁ ବେଳକୁ ତାଙ୍କର ୬୮ ବର୍ଷ ବୟସ ହୋଇଥିଲା। ସେ ଅହମଦାବାଦ ମହାନହର ନିଗମର ବିରୋଧୀ ଦଳର ନେତା ଥିଲେ। ଗୁଜରାଟ କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ସେ ଜଣାଶୁଣା।

କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା କରୋନାରେ ସଂକ୍ରମିତ ହେବାର ଗୋଟିଏ ଦିନ ପରେ ବଦରୁଦ୍ଦିନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ବଦରୁଦ୍ଦିନଙ୍କ ମୃତ୍ୟୁରେ ଗୁଜରାଟ କଂଗ୍ରେସ ସହିତ ଜାତୀୟ କଂଗ୍ରେସ ଶୋକ ପ୍ରକାଶ କରିଛି। ଟୁଇଟ୍ କରି କଂଗ୍ରେସ ମୁଖପାତ୍ର ଶକ୍ତିସିହ୍ନ ଗୋହିଲ ଶୋକ ପ୍ରକାଶ କରିଛନ୍ତି। ବଦରୁଭାଇଙ୍କ ବିୟୋଗ କଂଗ୍ରେସ ପାଇଁ ଶକ୍ତ ଧକ୍କା। ଦୀର୍ଘ ୪୦ ବର୍ଷ ହେବ ସେ କଂଗ୍ରେସ ଓ ଗରିବ ଲୋକଙ୍କ ପାଇଁ କାମ କରୁଥିଲେ। ଆଉ କିଛି କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ଗୋହିଲ୍ କହିଛନ୍ତି।

ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭୧ ଛୁଇଁଛି। ଏବେ ୨,୬୫୬ ଜଣ ଚିକିତ୍ସାଧୀନ ଥିବାବେଳେ ୨୮୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧୩୩ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ତୁଳନାରେ ଦେଶରେ ମହାରାଷ୍ଟ୍ର ପରେ କରୋନାର ଦ୍ୱିତୀୟ ହଟସ୍ପଟ ଗୁଜରାଟ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2SbqQqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages