ଏକ ଲକ୍ଷ ଶ୍ରମିକଙ୍କୁ ସାହାଯ୍ୟ କରିବେ ବିଗ୍ ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଏକ ଲକ୍ଷ ଶ୍ରମିକଙ୍କୁ ସାହାଯ୍ୟ କରିବେ ବିଗ୍ ବି

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ସହ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଏଭଳି ପରିସ୍ଥିତିରେ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି। ଏବେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏକ ଲକ୍ଷ ଦିନ ମଜୁରିଆଙ୍କୁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି।

ଅମିତାଭ୍ ଅଲ୍ ଇଣ୍ଡିଆ ଫିଲ୍ମ ଏମ୍ପ୍ଲଇଜ୍ କନଫେଡେରେସନ୍ ସହିତ ଜଡ଼ିତ ଏକ ଲକ୍ଷ ଦିନ ମଜୁରିଆଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଶ୍ରମିକ ଓ ସେମାନଙ୍କ ପରିବାରକୁ ଅମିତାଭ ମାସିକ ରାସନ କିଣିବାକୁ ଅର୍ଥ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିରେ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ (ଏସପିଏନ୍) ଏବଂ କଲ୍ୟାଣ ଜୁଏଲର୍ସ ମଧ୍ୟ ସହଯୋଗ କରିବେ। ସୋନି ପିକ୍ଚର୍ସ ନେଟୱାର୍କ ରବିବାର ଦିନ ଜାରି କରିଥିବା ଏକ ବୟାନରେ କହିଛି ଯେ ଏହି ପରିସ୍ଥିତିରେ ଶ୍ରୀ ବଚ୍ଚନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ୱି ଆର୍ ୱାନ୍’ ପଦକ୍ଷେପକୁ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଏବଂ କଲ୍ୟାଣ ଜୁଏଲର୍ସ ସମର୍ଥନ କରୁଛନ୍ତି। ଏହା ମାଧ୍ୟମରେ ସାରା ଦେଶରେ ଏକ ଲକ୍ଷ ପରିବାରର ମାସିକ ରାସନ ପାଇଁ ଅର୍ଥ ପ୍ରଦାନ କରାଯିବ।

ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆର ସିଇଓ ଏନପି ସିଂ କହିଛନ୍ତି ଯେ ସିଏସଆର କାର୍ଯ୍ୟକ୍ରମର ଏକ ଅଂଶ ଭାବେ କମ୍ପାନୀ ଅମିତାଭ ବଚ୍ଚନଙ୍କ ସହ ମିଶି ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେଇଛି।



from Odisha Reporter https://ift.tt/2xRtYB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages