ସମସ୍ତ ପୂଜକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ସମସ୍ତ ପୂଜକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜକମାନଙ୍କୁ ୫,୦୦୦ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫,୦୦୦ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ।

ସେହିପରି ରାଜ୍ୟର ଅନ୍ୟ ପୂଜକମାନଙ୍କୁ ମଧ୍ୟ  ୫ ,୦୦୦ ଲେଖାଏଁ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକ୍‌ଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି  କହିଛନ୍ତି ପ୍ରତାପ।

ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳା ନ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ସ୍କିମ ଲାଗୁ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି। ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଲାଗୁ ହୋଇ ନ ଥିବାରୁ ରାଜ୍ୟର ଶ୍ରମିକମାନେ ଅସୁବିଧାରେ ପଡ଼ୁଛନ୍ତି। ଲକ୍‌ଡାଉନରେ ରାଜ୍ୟ ବାହାରେ ଅଟକିଥିବା ଶ୍ରମିକ ଅନେକ ସମସ୍ୟାରେ ଅଛନ୍ତି।

ଅନ୍ୟ ୨୫ଟି ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳ ପରି ରାଜ୍ୟ ସରକାର ଏ ସ୍କିମ ଲାଗୁ କରନ୍ତୁ। ଫଳରେ ରାଜ୍ୟବାସୀ ଏହାର ସୁବିଧା ପାଇପାରିବେ ବୋଲି ପ୍ରତାପ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2VpOBxo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages