ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକର ଚରମ୍ପା ଓ ଏରେଇରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଟ୍ୱିଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ  ଏପ୍ରିଲ୍‌ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଏହି  ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ପରେ ଏହି ୩ଜଣ ପଜିଟିଭିଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଵା ପରେ ଏପ୍ରିଲ୍ ୧୫ ତାରିଖରେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହୃତ ହୋଇଥିଲା।

ଆଜି ଚରମ୍ପା ଅଞ୍ଚଳ ଓ ଏରେଇଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇଛି। ହେଲେ ଏହି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠିବା  ସତ୍ତ୍ୱେ  ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ ବୋଲି  ଜଣାଯାଇଛି।

 

 



from Odisha Reporter https://ift.tt/2XJb22d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages