ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ଗୁରୁବାର ଗୋଟିଏ ଦିନରେ ସାରା ଦେଶରେ ୭୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗୋଟିଏ ଦିନରେ ଦେଶରେ କରୋନା ସଂକ୍ରମଣର ଏହା ହେଉଛି ସବୁଠାରୁ ଅଧିକ ସଂଖ୍ୟା। ଏହାର ଗୋଟିଏ ଦିନ ପୂର୍ବରୁ ବୁଧବାର ୫୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବୁଧବାର ଏବଂ ଗୁରୁବାର ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ପ୍ରତିଶତ ଅଧିକ ବୃଦ୍ଧି ପାଇଛି। ଆଗାମୀ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଏହି ସଂଖ୍ୟାରୁ ଜଣାପଡ଼ିଛି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ ରହିଛି। ମହାରାଷ୍ଟ୍ର ବ୍ୟତୀତ ତାମିଲନାଡୁରେ ଗୁରୁବାର ୯୬, ରାଜସ୍ଥାନରେ ୮୦, ଗୁଜୁରାଟରେ ୭୬ ଏବଂ ଦିଲ୍ଲୀରେ ୫୧ ଟି ନୂଆ ମାମଲା ସାମ୍ନାକୁ ଆସିଛି।
ଗତ ସପ୍ତାହରେ ୫୦୦ରୁ ୬୦୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ହେଲେ ଗୁରୁବାର ଦିନ ଏହି ଧାରା ସମ୍ପୂର୍ଣ୍ଣ ବଦଳିଯାଇଛି। ଗୁରୁବାର ଦିନ ସାରା ଦେଶରେ କରୋନାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ୨୩୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଥିମଧ୍ୟରୁ ମହାରାଷ୍ଟ୍ରରେ କେବଳ ୯୭ ଜଣଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/2JUOKCE
No comments:
Post a Comment