କୋହଳ ହେଲା ନିୟମ; ରାଜଧାନୀରେ ଚାଲିବ ନିର୍ମାଣ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

କୋହଳ ହେଲା ନିୟମ; ରାଜଧାନୀରେ ଚାଲିବ ନିର୍ମାଣ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ନିର୍ମାଣ କାର୍ଯ୍ୟ ପାଇଁ ନିୟମ କୋହଳ ହୋଇଛି। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ଭୁବନେଶ୍ୱରରେ ନିର୍ମାଣ ଚାଲୁ ରଖିବା ନିମନ୍ତେ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି।

ଲକଡାଉନ୍ ପିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏହି ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ ଅନୁମତି ମିଳିବ । ନିର୍ମାଣ ଉପକରଣ ଲାଗି ଦୋକାନୀମାନେ ଟେଲିଫୋନ୍ ମାଧ୍ୟମରେ ଅର୍ଡର ନେଇ ସମଗ୍ରୀ ପଠାଇବେ । ଇଞ୍ଜିନିୟରମାନେ କମ୍ପାନୀ ପରିଚୟପତ୍ର ଦେଖାଇ ନିର୍ମାଣସ୍ଥଳକୁ ଯାଇପାରିବେ ।

ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ। ତେବେ ଏଥିପାଇଁ ଶ୍ରମିକଙ୍କୁ ବାହାରୁ ଆଣିବା ମନା ।ସାଇଟ୍ ଉପରେ ଉପଲବ୍ଧ ହେଉଥବା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯିବ ।

ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ଉପକରଣ ଯଥା ସିମେଣ୍ଟ, ଲୁହା ରଡ୍ ଏବଂ ଚିପ୍ସ ବିକ୍ରୟ ଦୋକାନ ଖୋଲା ରହିବ । ନିର୍ମାଣ ସ୍ଥଳକୁ ସାମଗ୍ରୀ ପରିବହନ କେବଳ ରାତିରେ ହିଁ କରାଯିବ। ରାତି ୧୦ଟାରୁ ସକାଳ ୫ଟା ଭିତରେ ଏହି ପରିବହନ ନେଇ ଏଜେନ୍ସି, ଡେଭଲପର ଓ କଣ୍ଟ୍ରାରମାନେ ନିଶ୍ଚିତ କରାଇବେ ବୋଲି ବିଏମସି ଉଲ୍ଲେଖ କରିଛି।



from Odisha Reporter https://ift.tt/34PdNR9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages