ପିଲାଙ୍କ ଘରେ ବହି ପହଞ୍ଚାଇଲେ ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ପିଲାଙ୍କ ଘରେ ବହି ପହଞ୍ଚାଇଲେ ଶିକ୍ଷକ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ କରାଯାଇଛି।  ଲକ୍‌ଡାଉନ ସମୟରେ ଯେପରି ପାଠପଢ଼ାରେ ବ୍ୟାଘାତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଆରମ୍ଭ  କରାଯାଇଛି। ସ୍କୁଲର ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଏହି ବହି ବଣ୍ଟନ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ସମୟରେ ପିଲାମାନଙ୍କ ପାଠପଢ଼ାରେ ଯେମିତି ବ୍ୟାଘତ ନ ହୁଏ, ସେଥିପାଇଁ  ସେମାନଙ୍କ ଘରେ ବହି ନେଇ ଦେଇ ଆସିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହି ବ୍ଲକ ଏବଂ ସ୍କୁଲ ସ୍ତରରେ ପହଞ୍ଚିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ। ଏହାସହ ୨୫ ତାରିଖ ମଧ୍ୟରେ ଏହି ବହି ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା  ଦେଇଥିଲେ। ଗଣଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାର ବ୍ଲକ ସ୍ତରରେ ପ୍ରଥମେ ଏହି ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି।

 

 



from Odisha Reporter https://ift.tt/3abRhTE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages