ଗୋଟିଏ ଦିନରେ ଆମେରିକାରେ ୧,୫୧୪ ଜଣଙ୍କର କରୋନାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଗୋଟିଏ ଦିନରେ ଆମେରିକାରେ ୧,୫୧୪ ଜଣଙ୍କର କରୋନାରେ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ବେକାବୁ ହୋଇଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଆମେରିକାରେ ୧,୫୨୮ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଜନ ହୋପିକନ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ଦେଇଛି। ତେବେ ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨୦ ଥିଲା।

ଆମେରିକାରେ ମୋଟ୍ ୫୬୦,୪୩୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୋଟ୍ ୨୨,୧୧୫ ଜଣଙ୍କର ମୃତ୍ୟୁ ଘଟିଛି। ୩୨,୬୩୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ୫୦୫,୬୮୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୧, ୭୬୬ ଜଣ ଗୁରୁତର ରହିଛନ୍ତି।

ସାରା ବିଶ୍ୱରେ ୨୧୦ଟି ଦେଶକୁ ଏହି ମହାମାରୀ ବ୍ୟାପିଛି। ଏଯାବତ ୧,୮୫୩,୧୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୪,୨୪୭ ଜଣଙ୍କର ମୃତ୍ୟୁ ଘଟିଛି। ୪୨୩,୫୫୪ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧,୩୧୫,୩୫୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ଆମେରିକା ପରେ ସ୍ପେନରେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ଏଯାବତ ୧୭,୨୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୧୬୬,୮୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ୮୭,୨୩୧ ଜଣ ଚିକିତ୍ସାଧୀନ ଥିବାବେଲେ ୭,୩୭୧ ଜଣ ଗୁରୁତର ରହିଛନ୍ତି। ସେହିପରି ୬୨,୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ଇଟାଲୀ ରହିଛି। ଏଯାବତ ୧୯,୮୯୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୬,୩୬୩ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୦୨,୨୫୩ ଜଣ ଚିକିତ୍ସାଧୀନ ଥିବାବେଳେ ୩,୩୪୩ ଗୁରୁତର ରହିଛନ୍ତି। ୩୪,୨୧୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।



from Odisha Reporter https://ift.tt/2V2CHt1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages