ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ ଡାଉନ ପିରିୟଡକୁ ଛାତ୍ରଛାତ୍ରୀମାନେ ସୁଯୋଗ ଭାବେ ଗ୍ରହଣ କରନ୍ତୁ। ଏହି ସମୟରେ ସେମାନେ ପାଠପଢାରେ ମନୋନିବେଶ କରନ୍ତୁ । ଜୁନ ୧୭ରେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପରେ ଯେକୌଣସି ମୁହୂର୍ତ୍ତିରେ ପରୀକ୍ଷା ହେବ। ଏଥିପାଇଁ ପ୍ରସ୍ତୁତ ରହିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।
ଛାତ୍ରଛାତ୍ରୀଙ୍କ ପାଠପଢା, ପରୀକ୍ଷା, ମୂଲ୍ୟାୟନ, ଶିକ୍ଷାବର୍ଷ ନେଇ ୟୁଜିସି ପକ୍ଷରୁ ଜାରି ଗାଇଡଲାଇଡ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, “ଏହି ଗାଇଡଲାଇନ୍କୁ ତର୍ଚ୍ଚମା କରାଯିବ । ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ ଆମେ ତାକୁ ଗ୍ରହଣ କରିବୁ। ସେଥିଲାଗି ଏକ ଉଚ୍ଚସ୍ତରୀୟ ବୈଠକ ବସିବ।”
from Odisha Reporter https://ift.tt/2yYW2TG
No comments:
Post a Comment