ଟ୍ରକୁ ଗୁଡ଼ିକୁ ନଅଟକାଇବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଟ୍ରକୁ ଗୁଡ଼ିକୁ ନଅଟକାଇବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା କୌଣସି ଟ୍ରକକୁ ରୋକା ଯାଇପାରିବନି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ, ତାସହ ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରକ୍ ଉପରେ କଟକଣା ରହିବନି। ଦେଶର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ବାବଦରେ ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। କିଛି ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ଅଟକାଯିବାର ଖବର ନଜରକୁ ଆସିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଯଦି ରାଜ୍ୟ ଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ ଗୁଡ଼ିକୁ ଅଟକାଇବେ ତାହେଲେ ଏଭଳି ସ୍ଥିତିରେ ଦେଶର ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇପାରେ ବୋଲି କେନ୍ଦ୍ର ଗୃହ ସଚିବ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସେହିପରି ଖାଲି ଟ୍ରକ୍ ଗୁଡ଼ିକ ଜିନିଷ ପରିବହନ କରିବା ପାଇଁ କିମ୍ବା ଫେରିବା ବେଳେ ବି ଏହାକୁ ରୋକିବନି ପ୍ରଶାସନ। ଟ୍ରକ୍ ଚଳାଚଳ ନେଇ ଅତ୍ୟାବଶ୍ୟକ ହେଉଥିବା ପାସ୍ ସ୍ଥାନୀୟ ପ୍ରଶାସନ କିମ୍ବା ସଂପୃକ୍ତ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଚିଠିରେ ଲଲ୍ଲେଖ ରହିଛି। ଏହାସହ ଏନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସେହିଭଳି ଶୀତଳ ଭଣ୍ଡାର ଓ ଗୋଦାମ ଘରକୁ ଯିବାକୁ ଶ୍ରମିକ ଓ ଟ୍ରକ୍ ଗୁଡ଼ିକୁ ଅନୁମତି ଦିଆଯାଉନଥିବାରୁ ଏହାକୁ ଗୁରୁତର ସହ ନେଇଛି ଗୃହ ବିଭାଗ।

ସୂଚନାଯୋଗ୍ୟ, ଶ୍ରମିକଙ୍କୁ ପାସ୍ ଦିଆଯାଇ ନ ଥିବାରୁ ମିଲ୍ ଏବଂ କାରଖାନା ସଠିକ୍ ଭାବେ କାମ କରୁନାହିଁ। ଏ ନେଇ ଅନେକ ଉତ୍ପାଦନକାରୀ ଏବଂ ବ୍ୟବସାୟୀ ସଙ୍ଗଠନ ଅଭିଯୋଗ କରିଛନ୍ତି। ଏହାବାଦ ପରିବହନ ସଂଘ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛି ଯେ, ହଜାର ହଜାର ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକାରୀ ବିଭିନ୍ନ ରାଜ୍ୟ ରାଜପଥରେ ଅଟକି ରହିଚି। ତେଣୁ ଟ୍ରକ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ନରହୁ। ଅନ୍ୟପଟେ ରାଜ୍ୟ ପରିବହନ ବିଭାଗ ଗୋଦାମ କାର୍ଯ୍ୟ ଏବଂ ସମସ୍ତ କାରଖାନା କାମ ଚାଲୁ ରଖିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।



from Odisha Reporter https://ift.tt/3ceCZmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages