ଲକ୍‌ଡାଉନ୍‌ ପାଇଁ ରାତିରେ ଶୋଇବାରେ ସମସ୍ୟା ହେଉଛି କି? ଆପଣାନ୍ତୁ ଏହି ସବୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ଲକ୍‌ଡାଉନ୍‌ ପାଇଁ ରାତିରେ ଶୋଇବାରେ ସମସ୍ୟା ହେଉଛି କି? ଆପଣାନ୍ତୁ ଏହି ସବୁ ଟିପ୍ସ

କରୋନା ମୁକାବିଲା ପାଇଁ ସାରା ଦେଶକୁ ୧୪ ଦିନିଆ ଲକ୍‌ଡାଉନ୍‌ରେ ରଖାଯାଇଛି। ଏହି ନିର୍ଦ୍ଦେଶକୁ ପ୍ରାୟ ସମସ୍ତେ ପାଳନ କରୁଛନ୍ତି। ତେବେ ଦିନ ସାରା ଘରେ ରହୁଥିବା ଯୋଗୁ କେହି କେହି ଚିନ୍ତିତ ରହୁଛନ୍ତି ତ ଆଉ କେହି କେହି ଦିନ ତମାମ ବିଶ୍ରାମ ନେଉଥିବା ଯୋଗୁ ରାତିରେ ଶୋଇପାରୁ ନାହାନ୍ତି। ରାତିରେ ନିଦ ନ ହେଲେ ବିଭିନ୍ନ ପ୍ରକାରର ରୋଗ ମାଡ଼ିବସିବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କୁ ନିମ୍ନଲିଖିତ କିଛି ଟିପ୍ସ ଆପଣାଇବାକୁ ହେବ।  

  • ଟାଇମ୍‌ ଟେବଲ୍‌ ବଜାୟ ରଖନ୍ତୁ 

ଲକ୍‌ଡାଉନ୍ ଯୋଗୁ ଘରେ ରହୁଥିଲେ ତଥା କିଛି କାମ ନଥିଲେ ବି ଦୈନିକ ଟାଇମ୍‌ ଟେବଲ୍‌କୁ ଅନୁସରଣ କରନ୍ତୁ। ସକାଳେ ଠିକ୍ ସମୟ ଉଠନ୍ତୁ। ଠିକ୍ ସମୟରେ ଗାଧାନ୍ତୁ ଓ ଠିକ୍ ସମୟରେ ଖା’ନ୍ତୁ। ଯେଉଁ ସମୟରେ ଅଫିସ୍ ଯାଇ କାମ କରୁଥିଲେ, ଏବେ ସେହି ସମୟକୁ ଟିଭି ଦେଖିବାରେ, ରୋଷେଇରେ ସାହାଯ୍ୟ କରିବାରେ, ଘର ଓ କପଡ଼ା ଆଦି ସଫା କରିବାରେ, ପିଲାମାନଙ୍କୁ ପାଠ ପଢ଼ାଇବାରେ ତଥା ବହି ଆଦି ପଢ଼ିବାରେ ବିନିଯୋଗ କରନ୍ତୁ। ଦେଖିବେ ଆଉ ଚିନ୍ତାଗ୍ରସ୍ତ ରହିବେ ନାହିଁ। ଦିନ ସାରା ଶରୀର ଫୂର୍ତ୍ତି ରହିବା ସହିତ ମନ ପ୍ରଫୁଲ୍ଲିତ ରହିବ ଓ ରାତିରେ ଭଲ ନିଦ ହେବ।  

  • ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ 

କୁହାଯାଏ- ଯଦି ତୁମେ ଶୀଘ୍ର ଶୋଇବ, ତା’ହେଲେ ଶୀଘ୍ର ଉଠିବ। ଲକ୍‌ଡାଉନ୍‌ ବେଳେ ସମସ୍ତେ ଏହାକୁ ଅନୁସରଣ କରିବା ଉଚିତ୍। ସକାଳେ କିଛି କାମ ନାହିଁ ଭାବି ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖନ୍ତୁ ନାହିଁ କି ମୋବାଇଲ୍‌ରେ ସମୟ ବିତାନ୍ତୁ ନାହିଁ। ରାତି ୧୦ଟା ସାଢ଼େ ୧୦ଟା ସୁଦ୍ଧା ଶୋଇଯା’ନ୍ତୁ ଓ ସକାଳ ସାଢ଼େ ୫ଟାରୁ ୬ଟା ଭିତରେ  ଉଠି ଯା’ନ୍ତୁ। ନିତ୍ୟକର୍ମ ସାରି ଘରେ କିଛି ବ୍ୟାୟାମ ବା ଯୋଗ ଆଦି କରନ୍ତୁ। ଧ୍ୟାନ ଅଭ୍ୟାସ କରନ୍ତୁ। ତା’ପରେ ଦିନର ରୁଟିନ୍‌କୁ ଅନୁସରଣ କରନ୍ତୁ। ସନ୍ଧ୍ୟାରେ ବି ଆପଣ ହାଲ୍‌କା ଯୋଗ ଓ ବ୍ୟାୟାମ କରିପାରିବେ। ଦେଖିବେ ସେହି ଅନୁସାରେ ଚାଲିଲେ ରାତିରେ ଆପଣଙ୍କୁ ନିଦ ହେବ। 

  • ସ୍ୱାସ୍ଥ୍ୟକର ଖାଦ୍ୟ ଖା’ନ୍ତୁ

ଯଦି ଆପଣ ସୁସ୍ଥ ରହିବାକୁ ଓ ରାତିରେ ଭଲ ନିଦ ଚାହୁଁଛନ୍ତି, ତା’ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖା’ନ୍ତୁ। ଏବେ ସବୁଜ ପନିପରିବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ। ଅଧିକ ମସଲା ଜାତୀୟ ଖାଦ୍ୟ ଖା’ନ୍ତୁ ନାହିଁ। ରାତିରେ ହାଲ୍‌କା ଖାଦ୍ୟ ଖା’ନ୍ତୁ। ଆବଶ୍ୟକ ପରିମାଣର ପାଣି ପିଅନ୍ତୁ। 

 

 



from Odisha Reporter https://ift.tt/39YeubT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages