କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ସବୁ ଦୋକାନ ଖୋଲିବାକୁ ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ସବୁ ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକଡାଉନ ଭିତରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଆଜିଠାରୁ ଦେଶରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଗୁଡ଼ିକ ଖୋଲିବ। ତେବେ ଦୋକାନ ଖୋଲିବାକୁ ଥିଲେ ମଧ୍ୟ ଏଠାରେ ୫୦% କର୍ମଚାରୀ କାମ କରିବେ ଓ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନରେ ପଞ୍ଜୀକରଣ କରିଥିବା ଦୋକାନ ଗୁଡ଼ିକ ହିଁ କାର୍ଯ୍ୟକ୍ଷମ ହେବ।

ନିର୍ଦ୍ଦେଶନାମା ଅନୁଯାୟୀ, ଆବାସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡ଼ିକ ଖୋଲି ପାରିବ। ତେବେ ହଟସ୍ପଟ ଓ ଶପିଂମଲରେ ଥିବା ଦୋକାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବନାହିଁ। ଅର୍ଥାତ ଏଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ଶନିବାର ଠାରୁ କାର୍ଯ୍ୟକ୍ଷମ ହୋଇପାରିବ।

ସେହିପରି ଆବାସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ମଧ୍ୟ ଖୋଲିବ। ହେଲେ ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ ବ୍ରାଣ୍ଡ ମଲଗୁଡ଼ିକ ବନ୍ଦ ରହିବ। ଯେଉଁ ଦୋକାନ ଗୁଡ଼ିକ ଖୋଲିବ, ସେଠାରେ ୫୦% କର୍ମଚାରୀ ରହିବ ଓ ମାସ୍କ ପିନ୍ଧିବେ। ସେହିପରି ସାମାଜିକ ଦୂରତାକୁ ଅବଲମ୍ବନ କରିବେ।”

କଣ୍ଟେନମେଣ୍ଟ ଓ ହଟସ୍ପଟ ଜୋନରେ ଏହାକୁ କାର୍ଯ୍ୟକାରୀ କରାଯିବନାହିଁ। ସେହିପରି ମଦ ଦୋକାନ ମଧ୍ୟ ବନ୍ଦ ରହିବ। କାରଣ ମଦ ବିକ୍ରି ଏକ ସ୍ୱତନ୍ତ୍ର କ୍ଲଜରେ ଆସୁଛି। ଏହା ଦୋକାନ ଓ ପ୍ରତିଷ୍ଠାନ ଆଇନ ଅନ୍ତର୍ଗତ ନୁହେଁ। ତେଣୁ ଲକଡାଉନ ବେଳେ ଲୋକଙ୍କୁ ମଦ ମିଳିବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରୀ ସେଲୁନ ଓ ପାର୍ଲର ଖୋଲିପାରିବ। ଗ୍ରାମାଞ୍ଚଳ ଓ ସେମି ଗ୍ରାମାଞ୍ଚଳରେ ସମସ୍ତ ମାର୍କେଟ କାର୍ଯ୍ୟକ୍ଷମ ହେବ। ଗ୍ରାମାଞ୍ଚଳରେ ଜରୁରୀ ସାମଗ୍ରୀ ଛଡ଼ା ଅନ୍ୟ ଜିନିଷ ମଧ୍ୟ ସମସ୍ତ ଦୋକାନରେ ବିକ୍ରି ହୋଇପାରିବ।

ଅନ୍ୟପକ୍ଷରେ ସିନେମା ହଲ, ଶପିଂ କମ୍ପ୍ଲେକ୍ସ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ,ବାର ଓ ଥିଏଟର ପୂର୍ବଭଳି ବନ୍ଦ ରହିବ। ସହରାଞ୍ଚଳରେ ବଡ଼ବଡ଼ ମାର୍କେଟ ମଧ୍ୟ ଖୋଲି ପାରିବ ନାହିଁ।



from Odisha Reporter https://ift.tt/2Y1yLdY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages