ଉହାନ: କରୋନା ମୃତ୍ୟୁ ସଂଖ୍ୟା ଚାଇନା ଲୁଚାଉଥିବା ନେଇ ଅନେକ ଦେଶ ସନ୍ଦେହ ପ୍ରକାଶ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫଣ୍ଡ କାଟିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ କହିଥିଲେ। ଆଗାମୀ ଦିନରେ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ମଧ୍ୟ ଆମେରିକା ଚେତାବନୀ ଦେଇଥିଲା। ଏହାର ଦିନକ ପରେ ଚାଇନାର ଉହାନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି।
#Breaking: #Wuhan has corrected its #COVID19 death toll to 3,869, an increase of 1,290. pic.twitter.com/QLfF0xoYa4
— Global Times (@globaltimesnews) April 17, 2020
ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଉହାନରେ ଏଯାବତ ୩,୮୬୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନା ମୃତ୍ୟୁ ସଂଖ୍ୟା ସଂଶୋଧିତ କରି ଆଉ ୧୨୯୦ ଜଣଙ୍କୁ ଯୋଡ଼ି ଏହି ତାଲିକା ପ୍ରକାଶ କରିଛି। ପୂର୍ବରୁ ଉହାନରେ ମୃତ୍ୟୁ ହାର ୫.୮ ପ୍ରତିଶତ ରହିଥିବାବେଳେ ଏବେ ଏହାର ହାର ୭.୭ ପ୍ରତିଶତ ରହିଛି ବୋଲି ଚାଇନା ସରକାର କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ୱର ଶେଷ ବେଳକୁ ଚାଇନାର ଉହାନରୁ ଏହି ଭାଇରସ ବ୍ୟାପିଛି। ଏବେ ୨୧୦ଟି ଦେଶକୁ ଏହି ଭାଇରସ ବ୍ୟାପିଛି। ଉହାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ଥିଲା ଯେ ହସ୍ପିଟାଲ ବେଡ୍ ମଧ୍ୟ ଖାଲି ନଥିଲା। ଏମିତିକି ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଙ୍କ ଘରେ ହୋଇଛି। ହେଲେ ଚାଇନା ସରକାର ଏବେ ଘରେ ହୋଇଥିବା ମୃତକଙ୍କୁ ସରକାରୀ ତଥ୍ୟରେ ସାମିଲ୍ କରିନଥିବା ଜଣାପଡ଼ିଛି। ଏବେ କରୋନାର ହଟସ୍ପଟ ଆମେରିକା ରହିଛି। ସାରା ବିଶ୍ୱର ମୃତକଙ୍କ ସଂଖ୍ୟା ମଧ୍ୟରୁ ଆମେରିକାର ୨୦ ପ୍ରତିଶତ ରହିଛନ୍ତି।
from Odisha Reporter https://ift.tt/2VgpuNu
No comments:
Post a Comment