ୱାଶିଂଟନ: ଆମେରିକାରେ କରୋନା ଭାଇରସ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟାରେ ପୁଣିଥରେ ଏଠାରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦,୬୬୧ରେ ପହଞ୍ଚି ଯାଇଛି।
ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଶନିବାର ଆମେରିକାରେ କରୋନା ଯୋଗୁ ୧୮୯୧ ଜଣଙ୍କ ମୃତ୍ୟୁ ଘଟିଥିଲା। ହେଲେ ରବିବାର ଏହା ବୃଦ୍ଧି ପାଇଁ ୧୯୯୭ରେ ପହଞ୍ଚି ଯାଇଛି।
ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ଆମେରିକାରେ ପ୍ରାଣ ହରାଇଥିବା ୪୦,୬୬୧ ଜଣଙ୍କ ମଧ୍ୟରୁ ନ୍ୟୁୱର୍କର ସର୍ବାଧିକ ଲୋକ ରହିଛନ୍ତି। ଚାଇନାରେ ସୃଷ୍ଟି ହୋଇଥିବା ଏହି ଭାଇରସ ଆମେରିକାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। କରୋନା ଯୋଗୁ ଏଠାରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ମଧ୍ୟ ଦେଶ ୧ନଂ ରହିଛି। ଏବେ ସୁଦ୍ଧା ଆମେରିକାରେ ୭,୫୯,୦୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
from Odisha Reporter https://ift.tt/3bnWBEO
No comments:
Post a Comment