ସୀତାଙ୍କ ବେଶରେ କିଏ ଏହି ଅଭିନେତ୍ରୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ସୀତାଙ୍କ ବେଶରେ କିଏ ଏହି ଅଭିନେତ୍ରୀ ?

ମୁମ୍ବାଇ: ଫଟୋଟି ଦେଖି ହୁଏତ ଆପଣମାନେ ଅନ୍ଦାଜ ଲଗାଇ ସାରିବେଣି ! ଫଟୋରେ ସୀତା ବେଶରେ ସଜାଇ ହୋଇଥିବା ଝିଅ ଜଣଙ୍କ ହେଉଛନ୍ତି ଏବର ସଫଳ ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି। ଏବେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନରେ ପୁଣିଥରେ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ହେଉଛି। ଆଉ ଏହାକୁ ଦେଖି ରଙ୍ଗୋଲିଙ୍କର ପୁରୁଣା ଦିନ ମନେ ପଡ଼ିଗଲା, ଯେତେବେଳେ ସ୍କୁଲ୍‌ରେ ‘ରାମାୟଣ’ ନାଟକରେ ତାଙ୍କ ଭଉଣୀ କଙ୍ଗନା ସୀତା ଭୂମିକାରେ ଅଭିନୟ କରିଥିଲେ।

କଙ୍ଗନା ଏହି ଫଟୋଟିକୁ ଶେଆର କରି ଲେଖିଛନ୍ତି ଯେ ସେତେବେଳେ କଙ୍ଗନାଙ୍କୁ ୧୩ ବର୍ଷ ହୋଇଥିଲେ। ଏହି ମେକ୍‌ଅପ୍ କଷ୍ଟ୍ୟୁମ୍ ତାଙ୍କ ନିର୍ଦ୍ଦେଶନାରେ ସଂପାଦିତ ହୋଇଥିଲା।

ରଙ୍ଗୋଲି ଆହୁରି ଲେଖିଛନ୍ତି ଯେ କଙ୍ଗନା ଏହିଭଳି ପୋଷାକ ପିନ୍ଧି ବାପାଙ୍କ ଠାରୁ ବହୁତ ଗାଳି ଖାଉଥିଲେ। କିନ୍ତୁ ସେ ଏହାକୁ କେବେ ଖାତିର କରୁ ନଥିଲେ।

ଅନ୍ୟପକ୍ଷରେ ଏହି ଫଟୋରେ କଙ୍ଗନାଙ୍କ ଲୁକ୍‌କୁ ବହୁ ଲୋକ ପ୍ରଶଂସା କରିଛନ୍ତି। ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ‘ଆପଣ ବହୁତ ସୁନ୍ଦର ଲାଗୁଛନ୍ତି। ସୀତା ମା’ ପରି ଲାଗୁଛନ୍ତି।” ଏମିତି ଆଉ ଜଣେ ଲେଖିଛନ୍ତି, ଆମେ ଆପଣଙ୍କୁ ବଡ଼ ପରଦାରେ ସୀତା ମା’ ଭୂମିକାରେ କେବେ ଦେଖିପାରିବୁ କି ?



from Odisha Reporter https://ift.tt/3ceDBZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages