ୱାଶିଂଟନ: ମହାମାରୀ କରୋନା ଯୋଗୁ ଆମେରିକାରେ ବଢ଼ି ଚାଲିଥିବା ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ପ୍ରତିଦିଦନ ଏଠାରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଉ ଥିବା ବେଳେ ଗତକାଲି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ତଥାପି ଆମେରିକା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।
ଗତ ୨୪ ଘଣ୍ଟାରେ ଏଠାରେ ୧୪୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨,୦୯୪ରେ ପହଞ୍ଚି ଯାଇଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୮୪,୦୦୦ ଛୁଇଁଛି। ଅର୍ଥାତ କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। ରବିବାର ଆମେରିକାରେ ୧୯୯୭ ଜଣଙ୍କ ମୃତ୍ୟୁ ଘଟିଥିଲା।
ଆମେରିକାର ନ୍ୟୁୱର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହଜାର ଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ପାର ହୋଇ ଯାଇଛି। ଗତ ୨୪ ଘଣ୍ଟାରେ ଏଠାରେ ୪୭୮ ଜଣ ଲୋକ ପ୍ରାଣ ହରାଇଛନ୍ତି।
from Odisha Reporter https://ift.tt/3aoai5o
No comments:
Post a Comment