ହାରିଲା କରୋନା ! ସୁସ୍ଥ ହୋଇ ଘରକୁ ଫେରିଲେ ବୃଦ୍ଧ ଦମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ହାରିଲା କରୋନା ! ସୁସ୍ଥ ହୋଇ ଘରକୁ ଫେରିଲେ ବୃଦ୍ଧ ଦମ୍ପତ୍ତି

ଥିରୁଅନନ୍ତପୁରମ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଚିନ୍ତାଥିବା ବେଳେ କେରଳରୁ ଆସିଛି ଭଲ ଖବର। ଏଯାବତ ସାରା ଦେଶରେ ୭୨ ଜଣଙ୍କର କରୋନାରେ ମୃତ୍ୟୁ ଘଟି ସାରିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି। ଏଭଳି ସ୍ଥିତିରେ କେରଳର ବୃଦ୍ଧ ଦମ୍ପତ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୩ ବର୍ଷୀୟ ଥୋମାସ୍ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ ମାରିଆମାଙ୍କର ଗତ ସୋମବାର ରକ୍ତ ଓ ସ୍ୱାବ୍ ନମୁନା ଦ୍ୱିତୀୟ ଥର ପାଇଁ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

କେରଳ ପଠାନାମଥୀତାର ଏହି ଦମ୍ପତ୍ତି ଫେବୃଆରୀରେ ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଇଟାଲିରୁ ତାଙ୍କ ପୁଅ ଓ ସପରିବାର ଘରକୁ ଆସିବା ପରେ ଏହି ବୃଦ୍ଧ ଦମ୍ପତ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ସଂକ୍ରମତି ହୋଇ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇ ସପ୍ତାହର ଚିକିତ୍ସା ପରେ ପଠାନାମଥୀତାର ୯୩ ବର୍ଷୀୟ ଥୋମାସ୍ ଏବଂ ୮୮ ବର୍ଷୀୟ ମାରିଆମା ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେରଳରେ ଯେଉଁ କେତେକ କରୋନା ଆକ୍ରାନ୍ତ ଗୁରୁତର ଥିଲେ ସେମାନଙ୍କ ମଧ୍ୟରେ ଏହି ବୃଦ୍ଧ ଦମ୍ପତ୍ତି ଥିଲେ।

ଥୋମାସଙ୍କୁ ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟତୀତ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିଲା। କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ସ୍ତ୍ରୀ ମାରିଆମାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ଥିବାରୁ ଉଭୟଙ୍କୁ କୋଟାୟାମ ମେଡିକାଲ କଲେଜର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖାଯାଇଥିଲା।

ଚିକିତ୍ସା ଆରମ୍ଭ ହେବାର ପ୍ରଥମ ସପ୍ତାହରେ ଥୋମାସଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା। ଏହାପରେ ଉଭୟଙ୍କୁ ହସ୍ପିଟାଲର ଅଲଗା ଅଲଗା ଆଇସୋଲେସନ ରୁମରେ ରଖାଯାଇ ଚିକିତ୍ସା କରିଥିଲେ ଡାକ୍ତର ମାନେ। ହେଲେ ସ୍ୱାସ୍ଥ୍ୟାବସ୍ଥାରେ ସେତେଟା ସୁଧାର ଆସିନଥିଲା। ଏମିତିକି ଦମ୍ପତ୍ତି ଦ୍ୱୟ ପରସ୍ପରକୁ ଖୋଜିଥିଲେ। ଏହାପରେ ଡାକ୍ତରମାନେ ଏହି ଦମ୍ପତ୍ତିଙ୍କୁ ଏକ ଟ୍ରାନ୍ସପ୍ଲାଣ୍ଟକୁ ସ୍ଥାନାନ୍ତର କରିଥିଲେ। ଯେଉଁଠାରେ ଦମ୍ପତ୍ତି ପରସ୍ପରକୁ ଦେଖିପାରୁଥିଲେ।

ବୃଦ୍ଧ ଦମ୍ପତ୍ତିଙ୍କର ସଫଳ ଚିକିତ୍ସା କରାଯାଇଥିବାରୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା ଏକ ପ୍ରେସ ବିବୃତ୍ତି ଜରିଆରେ କୋଟାୟାମ ମେଡିକାଲ କଲେଜର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୃଦ୍ଧ ଦମ୍ପତ୍ତିଙ୍କ ଚିକିତ୍ସାରେ ସାତଜଣ ଡାକ୍ତର ଏବଂ ୨୫ ଜଣ ନର୍ସିଂ କର୍ମଚାରୀ ଦଳର ଏକ ଅଂଶ ଥିଲେ। ଯେଉଁମାନେ ବୃଦ୍ଧ ଦମ୍ପତ୍ତିଙ୍କ ଚିକିତ୍ସା କରୁଥିଲେ।

କେରଳର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଚିକିତ୍ସା ସମୟରେ ଏହି ଦମ୍ପତ୍ତି ପ୍ରଥମେ ନିଜ ଘରକୁ ଫେରିବାକୁ ଜିଦ୍ ଧରିଥିଲେ ଏମିତିକି ଡାକ୍ତର ଏବଂ ନର୍ସଙ୍କୁ ସହଯୋଗ କରୁନଥିଲେ। ପରେ ସେହି ନର୍ସଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନର୍ସଙ୍କ ସହ କଥା ହୋଇଛନ୍ତି। ସରକାର ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, କେରଳରେ ଏଯାବତ ୩୧୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୨୭ ଜଣ। ଏବେ ମୋଟ୍ ୨୮୬ ଜଣ ଚିକିତ୍ସାଧୀନ ରହିଛନ୍ତି।



from Odisha Reporter https://ift.tt/2JIHGbP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages