ବ୍ରିଟେନରେ ଗୋଟିଏ ଦିନରେ ୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ବ୍ରିଟେନରେ ଗୋଟିଏ ଦିନରେ ୫୦୦ରୁ ଅଧିକ ମୁଣ୍ଡ ନେଲା କରୋନା

ଲଣ୍ଡନ: ମହାମାରୀ କରୋନା ଯୋଗୁ ବ୍ରିଟେନ ସ୍ଥିତି ସାଂଘାତିକ ହୋଇଛି। ଗୋଟିଏ ଦିନରେ କରୋନା ଏଠାରେ ୫୬୩ ଜଣଙ୍କ ମୁଣ୍ଡ ନେଇଛି। ପ୍ରଥମଥର ପାଇଁ ବ୍ରିଟେନରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି।

୨୪ ଘଣ୍ଟାରେ ୫୬୩ ଜଣଙ୍କ ମୃତ୍ୟୁ ଘଟିବା ପରେ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୫୨ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୪୩୨୪ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ବ୍ରିଟେନରେ ଜଣେ ୧୩ ବର୍ଷୀୟ ଝିଅ ଓ ୧୯ ବର୍ଷୀୟ କିଶୋର ପ୍ରାଣ ହରାଇଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ୨୯,୪୭୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩୫୨ ଜଣ ପ୍ରାଣ ହରାଇଥିବା ବେଳେ ମାତ୍ର ୧୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୪ ଦିନର ପରିସଂଖ୍ୟନକୁ ହିସବାକୁ ନେଲେ ମାର୍ଚ୍ଚ ୩୧ରେ ବ୍ରିଟେନରେ ୩୦୦୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୩୮୧ ଜଣ ପ୍ରାଣ ହରାଇଥିଲେ। ସେହିପରି ୩୦ରେ ୨୬୧୯ଟି ନୂଆ ମାମଲା ଓ ୧୮୦ ମୃତ, ୨୯ରେ ୨୪୩୩ ନୂଆ ନୂଆ ମାମଲା ଓ ୨୦୯ ମୃତ, ୨୮ରେ ୨୫୪୬ ନୂଆ ମାମଲା ୨୬୦ ମୃତ ଏବଂ ୨୭ରେ ୨୮୮୫ ନୂଆ ମାମଲା ଓ ୧୮୧ ଜଣ ପ୍ରାଣ ହରାଇଥିଲେ।

ବ୍ରିଟେନ ସ୍ଥିତି ଏମିତି ହୋଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଯୁବରାଜ ପ୍ରିନ୍ସ ଚାର୍ଲସ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସେ ସୁସ୍ଥ ହୋଇ ଯାଇଥିବା ଖବର ମିଳିଛି।



from Odisha Reporter https://ift.tt/340Deie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages