କେନ୍ଦ୍ର ଦେଲା କୋଭିଡ୍-୧୯ ଜରୁରୀକାଳୀନ ପ୍ୟାକେଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

କେନ୍ଦ୍ର ଦେଲା କୋଭିଡ୍-୧୯ ଜରୁରୀକାଳୀନ ପ୍ୟାକେଜ୍

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଇଣ୍ଡିଆ କୋଭିଡ-୧୦ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମରୁ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକଜରେ ରାଜ୍ୟ ଓ କେନ୍ଦ୍ର ଓ ଶାସିତ ରାଜ୍ୟକୁ ଯେଉଁ ଆର୍ଥିକ ସହଯୋଗ କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରର ଟଙ୍କା। ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଟଙ୍କାରେ ହସ୍ପିଟାଲର ଆଇସୋଲେଶନ ବୋର୍ଡ, ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ।

ତିନୋଟି ପର୍ଯ୍ୟାୟରେ କେନ୍ଦ୍ର ଏହି ଟଙ୍କା ଦେବ। ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦ ପ୍ରଥମ ପର୍ଯ୍ୟାୟ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ ଏବଂ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୪ ରହିଛି। ପ୍ରଥମ ପର୍ଯ୍ୟାୟର ପଇସା କେନ୍ଦ୍ର ପଠାଇ ଦେଇଥିବା ସୂଚନା ରହିଛି।

ନ୍ୟାଶନାଲ ହେଲଥ ମିଶନର ନିର୍ଦ୍ଦେଶକ ବନ୍ଦନା ଗୁରୁନାନୀ ଏକ ସର୍କୁଲାର ଜାରି କରି କହିଛନ୍ତି, ଏହା ୧୦୦ ପ୍ରତିଶତ କେନ୍ଦ୍ରର ପ୍ରୋଜେକ୍ଚ। ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଏହା ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି ସହିତ ଆମ୍ୱୁଲାନ୍ସ ସଂଖ୍ୟା ବଢ଼ାଯିବ।



from Odisha Reporter https://ift.tt/2wrkaNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages