ମଶାଣିରେ ପଡ଼ିଥିବା ଶଢ଼ା କଦଳୀ ଖାଇ ଭୋକ ମେଣ୍ଟାଉଛନ୍ତି ପ୍ରବାସୀ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ମଶାଣିରେ ପଡ଼ିଥିବା ଶଢ଼ା କଦଳୀ ଖାଇ ଭୋକ ମେଣ୍ଟାଉଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ସାଂଘାତିକ ଦୁଃସ୍ଥିତର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଯନ୍ତ୍ରଣାରୁ ମୁକୁଳିବା ପାଇଁ ସେମାନଙ୍କର ଧୈର୍ଯ୍ୟର ବାଡ଼ ମଧ୍ୟ ଅନେକ ସ୍ଥାନରେ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।

ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି ଯାଇଥିବା କଦଳୀ ଖାଇବାକୁ ବାଧ୍ୟ ହେଉଛନ୍ତି। ଦିଲ୍ଲୀର ଯମୁନା ନଦୀ କୂଳରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ପ୍ରବାସୀ ଶ୍ରମିକମାନେ ଖାଇବାକୁ ନ ପାଇ ଏପରି କରୁଥିବା କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀର ନିଗମବୌଦ୍ଧ ଘାଟର ଯମୁନା କୂଳରେ ଥିବା ମଶାଣିରେ ପଚି ଯାଇଥିବାରୁ ଫୋପଡ଼ା ହୋଇଥିବା କଦଳୀ ଗଦା ମଧ୍ୟରୁ ଶ୍ରମିକମାନେ ସଂଘର୍ଷ କରି ଖାଦ୍ୟ ଅନ୍ୱେଷଣ କରୁଛନ୍ତି।

ପଚା କଦଳୀରୁ ଖାଦ୍ୟ ଖୋଜୁ ଥିବା ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି, “ଆମକୁ ଖାଇବାକୁ ମିଳୁନି। ୩ରୁ ୪ ଦିନ ହେଲା ମୁଁ ଖାଇନି। ତେଣୁ ବାଧ୍ୟ ହୋଇ ଏହି ମାଶଣିରେ ପଡ଼ିଥିବା ପଚା କଦଳୀ ଖାଇବାକୁ ବାଧ୍ୟ ହେଉଛି। ମୋ ଘର ଆଲିଗଡ଼ରେ। ଆମେ ଦୀର୍ଘ ଦିନ ହେଲା ଏହି ଯମୁନା କୂଳରେ ଶୋଉଛୁ। ହେଲେ ଖାଇବାକୁ ମିଳୁନାହିଁ।”

ଦୀର୍ଘ ୭ ଦିନରୁ ଅଧିକ ସମୟ ହେଲାଣି ନିଗମବୌଦ୍ଧ ଘାଟରୁ ମଜୁନ ଯାଏ ଲମ୍ବିଥିବା ଯମୁନା କୂଳ ନିକଟ ଓଭର ବ୍ରିଜ୍‌ ତଳେ ହଜାର ହଜାର ଶ୍ରମିକ ଘରକୁ ନ ଯାଇ ପାରି ସେଠାରେ ପଡ଼ି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ନିକଟରେ ଥିବା ଗୋଟିଏ ଗୁରୁଦ୍ୱାର ଓଳିଏ ଖାଇବାକୁ ଦେଉଛି। ହେଲେ ଏଥିରେ ସମସ୍ତଙ୍କ ପେଟ ପୁରୁନାହିଁ। ଗୁରୁଦ୍ୱାର ବି ହଜାର ହଜାର ଶ୍ରମିକଙ୍କୁ ଖାଇବାକୁ ଦେବା ପାଇଁ ଅକ୍ଷମ। ତେଣୁ ଶ୍ରମିକମାନେ ଭୋକିଲା ପେଟରେ ରହୁଛନ୍ତି।

ଏମାନଙ୍କ ମଧ୍ୟରେ ଥିବା ବରେଲୀର ୫୫ ବର୍ଷୀୟ ଜଗଦୀଶ କୁମାର ପୁରୁଣା ଦିଲ୍ଲୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଲକଡାଉନ ଯୋଗୁ ସେ ଜୀବିକା ହରାଇଛନ୍ତି। ସେ କହିଛନ୍ତି, “ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଯାଇଛି। ରହିବାକୁ ଜାଗା ମିଳୁନି। ରାସ୍ତାକୁ ଗଲେ ପୁଲିସ୍‌ ମାଡ଼ ମାରୁଛି। ଏଥିପାଇଁ ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଯମୁନା କୂଳରେ ପଡ଼ିଛି। ଦୁଇ ଦିନ ପରେ ବୁଧବାର ଗୁରୁଦ୍ୱାର ପକ୍ଷରୁ ଆମକୁ ଖାଇବାକୁ ମିଳିଥିଲା।”

ଶ୍ରମିକମାନଙ୍କୁ ପ୍ରତିଦିନ ଖାଇବାକୁ ମିଳୁ ନଥିବାରୁ ସେମାନେ ପଚି ଯାଇଥିବା କଦଳୀକୁ ଭରସା କରିଥିବା କହିଛନ୍ତି।



from Odisha Reporter https://ift.tt/2RBpqFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages