ଦୁଇଟି ପ୍ରଜାତିର ବାଦୁଡି କରୋନାରେ ସଂକ୍ରମିତ: ICMR - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

ଦୁଇଟି ପ୍ରଜାତିର ବାଦୁଡି କରୋନାରେ ସଂକ୍ରମିତ: ICMR

ନୂଆଦିଲ୍ଲୀ: କରୋନା ଭାଇରସରେ ଏଯାବତ ଦେଶରେ ୪୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ଘଟିଛି। ୨୬ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏଯାବତ କୌଣସି ଟିକା କିମ୍ୱା ଔଷଧ ବାହାରି ନାହିଁ। ହେଲେ ଏହାରି ଭିତରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ବାଦୁଡିଙ୍କ ପାଖରେ କରୋନା ଭାଇରସ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି।

ଆଇସିଏମଆରର ଗବେଷକମାନେ କେରଳ, ହିମାଚଳ ପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁର ବାଦୁଡିଙ୍କର ଦୁଇଟି ପ୍ରଜାତିକୁ ନେଇ ଗବେଷଣା କରୁଛନ୍ତି। ଏମାନଙ୍କ ପାଖରୁ ‘ବାଦୁଡି କରୋନା ଭାଇରସ’ ମିଳିଛି। ପୁଣେରେ ନ୍ୟାଶନାଲ ଇନଷ୍ଟିଚ୍ୟଚୁଟ୍ ଅଫ୍ ଭିରୋଲଜିର ବୈଜ୍ଞାନିକମାନେ ଏବଂ ଏହି ଗବେଷଣାର ମୁଖ୍ୟ ଡକ୍ଟର ପ୍ରଜ୍ଞା ଡି. ଯାଦବ କହିଛନ୍ତି ଏହି ଭାଇରସ ବାଦୁଡିଙ୍କ ପାଖରୁ ମଣିଷକୁ ସଂକ୍ରମିତ ହେଉଥିବାର କୌଣସି ପ୍ରମାଣ ନାହିଁ।

କେରଳ, ହିମାଚଳ ପ୍ରଦେଶ, ପୁଡୁଚେରୀ ଏବଂ ତାମିଲନାଡୁର ରୋଜତ୍ତୁସ ଏବଂ ଟେରୋରସ ପ୍ରଜାତିର ୨୫ଟି ବାଦୁଡିଙ୍କ ପାଖରେ କରୋନା ‘ବାଦୁଡି କରୋନା ଭାଇରସ’ ମିଳିଛି। ହେଲେ ଏହି ଭାଇରସ ସହିତ ମଣିଷଙ୍କ ପାଖରେ ଦେଖାଦେଇଥିବା କରୋନା ସହିତ କୌଣସି ଲିଙ୍କ୍ ନାହିଁ। ଟେରୋପସ ପ୍ରଜାତିର ବାଦୁଡି ୨୦୧୮ରେ କେରଳର ନିପା ଭାଇରସ ପାଖରୁ ମିଳିଥିଲା।



from Odisha Reporter https://ift.tt/2V98TuT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages