ରାଗିଗଲେ ଟ୍ରମ୍ପ, WHO ପାଣ୍ଠି ଉପରେ ଲଗାଇଲେ ରୋକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

ରାଗିଗଲେ ଟ୍ରମ୍ପ, WHO ପାଣ୍ଠି ଉପରେ ଲଗାଇଲେ ରୋକ୍

ଓ୍ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରି ପକ୍ଷପାତିତା କରୁଥିବା ଦର୍ଶାଇଛି ଆମେରିକା। ଏଭଳି ଅଭିଯୋଗ ଆଣି WHOକୁ ଯେଉଁ ପାଣ୍ଠି ଯୋଗାଉଥିଲା ଆମେରିକା ସେଥିରେ ରୋକ୍ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଙ୍ଗଳବାର ଏ ନେଇ ନିଜେ ଟ୍ରମ୍ପ ଏ ବାବଦରେ ଘୋଷଣା କରିଛନ୍ତି। ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ଚାଇନା ମାତ୍ର ୪୦ ମିଲିଅନ ଡଲାର ଦେଉଥିଲା।

ଚାଇନା କରୋନାକୁ ନେଇ ଅନେକ ତଥ୍ୟ ଲୁଚାଉଛି। ଏମିତିକି କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ନିଜେ WHO ବିଫଳ ବୋଲି ଟ୍ରମ୍ପ କହିଛନ୍ତି। ଯେତେବେଳେ ଚାଇନାରେ ଏହି ମହାମାରୀ ବିସ୍ତାର କରୁଥିଲା ସେତେବେଳେ WHO ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

ଟ୍ରମ୍ପ ଫଣ୍ଡ ଉପରେ ରୋକ୍ ଲଗାଇବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡରୋସ କହିଥିଲେ, କରୋନା ଭାଇରସକୁ ନେଇ ରାଜନୀତି ନହେବା ଦରକାର। ଏବେ ଫଣ୍ଡ କାଟିବାର ସମୟ ନୁହେଁ ବରଂ ସମସ୍ତେ ଏକାଠି ହୋଇ ଏହି ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର। ଯଦି ଆମେ ନସୁଧୁରିବା ତାହେଲେ ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ। ତେଣୁ ଚାଇନା ଓ ଆମେରିକା ଏକାଠି ହୋଇ କାମ କରିବା ଦରକାର ବୋଲି ଟେଡରୋସ କହିଥିଲେ।

ସେହିପରି ଜତିସଂଘର ସଚିବ ଆଣ୍ଟୋନିଓ ଗୁଟେରସ କହିଥିଲେ, ‘WHOକୁ ସମର୍ଥନ କରିବା ଦରକାର। କରୋନା ସହିତ ମୁକାବିଲା କରିବା ପାଇଁ ସମସ୍ତଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ। ଏହି ଭାଇରସ ସମସ୍ତଙ୍କ ପାଇଁ ଅଦୃଶ୍ୟ। ଏଭଳି ସ୍ଥିତିରେ ସମାନ ତଥ୍ୟଗୁଡିକ ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନ ଭିନ୍ନ ମତ ରଖାଯାଉଛି’ ବୋଲି ଆମେରିକା ରାଷ୍ଟ୍ରପତିଙ୍କୁ ପରୋକ୍ଷରେ ଜବାବ ଦେଇଥିଲେ ଗୁଟେରସ।

ସୂଚନାଯୋଗ୍ୟ, ଆମେରିକାରେ କରୋନାରେ ଏଯାବତ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସାରା ବିଶ୍ୱରେ ୨୧୦ଟି ଦେଶକୁ ଏହି ଭାଇରସ ବିସ୍ତାର କରିଛି। ଆମେରିକାରେ ସର୍ବାଧିକ ୬ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜ ଦେଶରେ କରୋନାକୁ ରୋକିବାରେ ଟ୍ରମ୍ପ ବିଫଳ ହୋଇଥିବାରୁ ଏବେ WHO ଉପରେ କଟକଣା ଲଗାଇ ନିଜ ଉପରେ ଆସୁଥିବା ଅଭିଯୋଗରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ କୁହାଯାଉଛି।



from Odisha Reporter https://ift.tt/3cgbRUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages