WHO ଫଣ୍ଡ ଉପରେ ଟ୍ରମ୍ପ ରୋକ୍ ଲଗାଇବା ପରେ ଜବାବ ରଖିଲେ ଜାତିସଂଘ ମହାସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

WHO ଫଣ୍ଡ ଉପରେ ଟ୍ରମ୍ପ ରୋକ୍ ଲଗାଇବା ପରେ ଜବାବ ରଖିଲେ ଜାତିସଂଘ ମହାସଚିବ

ନ୍ୟୁୟର୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଆମେରିକା ଯୋଗାଉଥିବା ଫଣ୍ଡ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୋକିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ। ଏଭଳି ସ୍ଥିତି ‘ଟଙ୍କା କାଟିବାର ସମୟ ନୁହେଁ’ ବୋଲି ଗୁଟେରସ କହିଛନ୍ତି। କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ ଯେଉଁ ମାନବିକ ସଂଗଠନ କୋଭିଡ-୧୯ର ମୁକାବିଲା କରୁଛନ୍ତି ସେମାନଙ୍କର ଟଙ୍କା କାଟିବା ଉଚିତ୍ ନୁହେଁ ବୋଲି ଗୁଟେରସ କହିଛନ୍ତି। ଏବେ ସାରା ବିଶ୍ୱକୁ ଏକାଠି ହୋଇ କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ଦରକାର ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମାମଲାରେ ଚାଇନାକୁ ସହଯୋଗ କରୁଥିବା ଦର୍ଶାଇଛି ଆମେରିକା। ଏଭଳି ଅଭିଯୋଗ ଆଣି WHOକୁ ଯେଉଁ ପାଣ୍ଠି ଯୋଗାଉଥିଲା ଆମେରିକା ସେଥିରେ ରୋକ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି। ଆମେରିକା WHOକୁ ପ୍ରତିବର୍ଷ ୪୦୦ ମିଲିଅନରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବାବେଳେ ମାତ୍ର ୪୦ ମିଲିଅନ ଡଲାର ଦେଉଛି।

ଚାଇନା କରୋନାକୁ ନେଇ ଅନେକ ତଥ୍ୟ ଲୁଚାଉଛି। ଏମିତିକି କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ନିଜେ WHO ବିଫଳ ବୋଲି ଟ୍ରମ୍ପ କହିଛନ୍ତି। ଯେତେବେଳେ ଚାଇନାରେ ଏହି ମହାମାରୀ ବିସ୍ତାର କରୁଥିଲା ସେତେବେଳେ WHO ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ଆମେରିକାର ସ୍ଥିତି ବିଗୁଡ଼ିଛି। ମଙ୍ଗଳବାର ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୭୦୦୦ ଛୁଇଁଛି। ୨୪ ଘଣ୍ଟା ମଧ୍ୟରେ ୨୪୦୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୬,୦୪୭ ଛୁଇଁଛି। ସାରା ବିଶ୍ୱରେ ୨୧୦ଟି ଦେଶକୁ ଏହି ଭାଇରସ ବିସ୍ତାର କରିଛି। ଆମେରିକାରେ ସର୍ବାଧିକ ୬ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜ ଦେଶରେ କରୋନାକୁ ରୋକିବାରେ ଟ୍ରମ୍ପ ବିଫଳ ହୋଇଥିବାରୁ ଏବେ WHO ଉପରେ କଟକଣା ଲଗାଇ ନିଜ ଉପରେ ଆସୁଥିବା ଅଭିଯୋଗରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ କୁହାଯାଉଛି।



from Odisha Reporter https://ift.tt/3b67gDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages