ଆଜିଠୁ ଝାରସୁଗୁଡ଼ାରୁ ଆରମ୍ଭ ହେବ Alliance ବିମାନ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ଆଜିଠୁ ଝାରସୁଗୁଡ଼ାରୁ ଆରମ୍ଭ ହେବ Alliance ବିମାନ ସେବା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ Alliance ଏୟାର ବିମାନ ସେବା ଆରମ୍ଭ ହେବ। ଏହି କମ୍ପାନୀର ବିମାନ କୋଲକାତାରୁ ଆସିବ। ଝାରସୁଗୁଡ଼ାଠୁ ଭୁବନେଶ୍ୱର ଯିବା ପରେ ପୁଣି ଝାରସୁଗୁଡ଼ା ବିମାନଟି ଫେରି ଆସିବ। ତା’ପରେ ପୁଣି କୋଲକାତାକୁ ଫେରିଯିବ।

କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ୮ଟା ୧୦ରେ ବାହାରି ୯ଟା ୧୫ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାସହିତ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ। ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଗତ ୨୫ ତାରିଖରୁ ସ୍ପାଇସ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଛି।  କରୋନା ମୁକାବିଲା ପାଇଁ  ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।



from Odisha Reporter https://ift.tt/2XkMEDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages