ମାତ୍ର କେତେ ମିନିଟ୍‌ରେ ଜଣେ ସୁସ୍ଥ ଲୋକ କରୋନାରେ ଆକ୍ରାନ୍ତ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ମାତ୍ର କେତେ ମିନିଟ୍‌ରେ ଜଣେ ସୁସ୍ଥ ଲୋକ କରୋନାରେ ଆକ୍ରାନ୍ତ ହେବେ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତ ନାରା କେତେ ଲାଭ ଦାୟକ, ତା’ହା ନିକଟରେ ଶେଷ ହୋଇଥିବା ରିସର୍ଚ୍ଚରୁ ପ୍ରମାଣିତ ହୋଇଛି। ଏଥିସହ ଜଣେ ସୁସ୍ଥ ଲୋକ ଶରୀରରେ କେତେ ମିନିଟ୍ ମଧ୍ୟରେ କରୋନା ସଂପୂର୍ଣ୍ଣ ଭାବେ ସଂକ୍ରମିତ ହୋଇଥାଏ, ତା’ର ତଥ୍ୟ ବି ଗବେଷଣାରୁ ଜଣାପଡ଼ିଛି।

ଜଣେ କରୋନା ଆକ୍ରାନ୍ତଙ୍କ ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ ଦ୍ୱାରା ହିଁ ଜଣେ ସୁସ୍ଥ ଲୋକ ସଂକ୍ରମଣ ହୋଇଥାଆନ୍ତି। ସେହିପରି କଥା କହିବା ବେଳେ, କାଶ ଓ ଛିଙ୍କ ଦ୍ୱାରା ମଧ୍ୟ କରୋନା ଭୂତାଣୁ ଜଣେ ଆକ୍ରାନ୍ତଙ୍କ ଠାରୁ ବାୟୁମଣ୍ଡଳକୁ ଆସିଥାଏ। କିଛି ଲୋକଙ୍କର ଛେପ ପକାଇବା ଓ ନାକ ପୋଛିବା ଅଭ୍ୟାସ ମଧ୍ୟ ରହିଥାଏ। ଏହାଦ୍ୱାରା ଅନ୍ୟ ଜଣେ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଯଦି ଏହାର ସଂସ୍ପର୍ଶରେ ଜଣେ ସୁସ୍ଥ ବ୍ୟକ୍ତି ଆସନ୍ତି, ତା’ହେଲେ ମାତ୍ର ୧୦ ମିନିଟ୍ ମଧ୍ୟରେ ତାଙ୍କ ଶରୀରରେ କରୋନା ଭାଇରସ ସଂପୂର୍ଣ୍ଣ ଭାବେ ସଂକ୍ରମଣ କରିଯିବ।

ଗବେଷଣା ଅନୁଯାୟୀ, ଜଣେ ବ୍ୟକ୍ତି ଥରେ ନିଃଶ୍ୱାସ ନେଲେ ୫୦- ୫୦,୦୦ ଡ୍ରପଲେଟ ଓ ଆରେସୋଲସ ଛାଡ଼ିଥାଏ। ସାଧାରଣତଃ ନିଃଶ୍ୱାସ ଦ୍ୱାରା ଜଣେ ବ୍ୟକ୍ତି ଏତେ ପରିମାଣର ଫ୍ଲୁଇଡ୍‌ ଅଂଶ ଛାଡ଼ିଥାଏ ବୋଲି ଜଣାପଡ଼େନାହିଁ। କିନ୍ତୁ ଯେଉଁମାନେ ମୁହଁରେ ମାସ୍କ ବା ଅନ୍ୟ କୌଣସି କପଡ଼ା ଘୋଡ଼ାଇଥାଆନ୍ତି, ସେମାନେ ପିନ୍ଧିଥିବା ଚଷମାରେ ନାକରୁ ବାହାରୁ ଏହି ଫ୍ଲୁଇଡ୍‌ ଲାଗିଥାଏ। ସେତେବେଳେ ହିଁ ଏହାକୁ ଅନୁଭବ କରାଯାଇ ପାରିବ।

ସାଧାରଣ ପାଗରେ ଏହି ଡ୍ରପଲେଟ ଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଓ ତଳେକୁ ଖସି ପଡ଼େ। ସେହିପରି କିଛି ଡ୍ରପଲେଟ ବାୟୁମଣ୍ଡଳକୁ ଗଲେ ମଧ୍ୟ କିଛି ସେକେଣ୍ଡ ମଧ୍ୟରେ ନଷ୍ଟ ହୋଇଯାଆନ୍ତି।

କରୋନା ଭାଇରସ ସଂକ୍ରମଣଙ୍କ ଠାରୁ ପ୍ରତି ମିନିଟ୍‌ରେ କେତେ ପରିମାଣର ଡ୍ରପଲେଟ ବାହାରେ, ତାହା ଜଣାପଡ଼ିନାହିଁ। ହେଲେ ଗବେଷଣା ଅନୁଯାୟୀ, ସଂକ୍ରମଣ ରୋଗରେ ପଡ଼ିଥିବା ଲୋକମାନଙ୍କ ଠାରୁ ପ୍ରତି ଗୋଟିଏ ମିନିଟ୍‌ରେ ୨୦ରୁ ୩୩ ଡ୍ରପଲେଟ ବାହାରିଥାଏ। ଯଦି ସେ ଗୋଟେ ମିନିଟ୍‌ରେ ୨୦ଟି ଡ୍ରପଲେଟ ଛାଡ଼ନ୍ତି, ତା’ହେଲେ ଜଣେ ସୁସ୍ଥ ଲୋକ ସମାନ ବାୟୁମଣ୍ଡଳରୁ ନିଃଶ୍ୱାସ ଗ୍ରହଣ କଲେ ୫୦ ମିନିଟ୍‌ ମଧ୍ୟରେ ଭାଇରାଲ ରୋଗରେ ପୀଡ଼ିତ ହେବେ।

ଅନ୍ୟପକ୍ଷରେ କଥାବାର୍ତ୍ତା ଦ୍ୱାରା ଜଣେ ଆକ୍ରାନ୍ତ ଖୁବକମ ସମୟ ମଧ୍ୟରେ ଜଣେ ସୁସ୍ଥ ଲୋକଙ୍କୁ ସଂକ୍ରମଣ କରିପାରିବେ। କଥା କହିବା ବେଳେ ଜଣେ ସଂକ୍ରମଣ ବ୍ୟକ୍ତିଙ୍କ ପାଟିରୁ ୧୦ ଗୁଣା ଅଧିକ ଡ୍ରପଲେଟ ବାୟୁମଣ୍ଡଳକୁ ଯାଇଥାଏ। ଏହାର ଅର୍ଥ ପ୍ରତି ୫ ମିନିଟ୍‌ରେ ଅଧିକ ୨୦୦ ଭାଇରସ ବାୟୁମଣ୍ଡଳକୁ ଯିବ।

ଜଣେ କରୋନା ଆକ୍ରାନ୍ତ ୫ ମିନିଟ୍‌ ମଧ୍ୟରେ ୧୦୦୦ କୋଭିଡ ଭୂତାଣୁ ବାୟୁମଣ୍ଡଳକୁ ଛାଡ଼ିଥାଆନ୍ତି। ଯଦି ଏହି ସମସ୍ତ ଡ୍ରପଲେଟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ତା’ହେଲେ ମାତ୍ର ୫ ମିନିଟ୍‌ରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଯିବେ। ବେଳେବେଳେ ଏହା ୧୦ ମିନିଟ୍‌ ମଧ୍ୟ ରହିଥାଏ।



from Odisha Reporter https://ift.tt/2TpIrw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages