ବଦଳିଲା ଚାଇନାର ସ୍ୱର, କହିଲା କୌଣସି ବିପଦ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ବଦଳିଲା ଚାଇନାର ସ୍ୱର, କହିଲା କୌଣସି ବିପଦ ନାହିଁ

ନୂଆଦିଲ୍ଲୀ: ସୀମାରେ ଆକ୍ରମଣାତ୍କ କାର୍ଯ୍ୟକଳାପ କରୁଥିବା ଚାଇନା ଶେଷରେ ପଛଘୁଞ୍ଚା ଦେଇଛି। ଚାଇନାର ନାଲି ଆଖିର ଜବାବ ଦେବାକୁ ଭାରତ ଜୋରଦାର ପ୍ରୟାସ କରିବାରୁ ଏବେ ବେଜିଂର ସ୍ୱର ବଦଳି ଯାଇଛି। ଭାରତ ଓ ଚାଇନା କେହି କାହା ପ୍ରତି ବିପଦ ନୁହନ୍ତି ବୋଲି ବେଜିଂ କହିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଯେକୌଣସି ବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରାଯାଇ ପାରିବ ବୋଲି ଚାଇନା କହିଛି।

ଭାରତରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ସନ୍‌ ୱିଡଙ୍ଗ କହିଛନ୍ତି, ଭାରତ ଓ ଚାଇନା ପରସ୍ପର ମଧ୍ୟରେ ଥିବା ବୁଝାମଣାକୁ କେବେ ହେଲେ ବିପଦରେ ପକାଇବେ ନାହିଁ। ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସବୁ କିଛି ସମ୍ଭବ। ଦୁଇ ପଡ଼ୋଶୀ ଦେଶ ପରସ୍ପର ପାଇଁ ସୁଯୋଗ। ସ୍ୱତନ୍ତ୍ର ରଣନୀତି ଦ୍ୱାରା ଦୁଇ ଦେଶ ପରସ୍ପରର ବିକାଶକୁ କେମିତି ଅଧିକ ଗୁରୁତ୍ୱ ଦେବେ ଓ ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ଆଗକୁ ବଢ଼ିବେ ସେକଥାକୁ ଦୃଷ୍ଟି ଦେଇଥାଆନ୍ତି।

ଆମେ ପରସ୍ପର ମଧ୍ୟରେ ଥିବା ମତଭେଦକୁ ସଠିକ୍ ଦୃଷ୍ଟିକୋଣରେ ବିଚାର କରିବା ଦରକାର। ଦ୍ୱିପାକ୍ଷିକ ସମ୍ପର୍କରେ କେବେ ହେଲେ ଫାଟ ସୃଷ୍ଟି ହେବା କଥା ନୁହେଁ। ଧୀରେଧୀରେ ଅଲୋଚନା ଦ୍ୱାରା ମତଭେଦକୁ ଦୂର କରିବା ଦରକାର। ଭାରତ ଓ ଚାଇନା କେହି କାହା ପାଇଁ ବିପଦ ନୁହନ୍ତି। ତେଣୁ ଏକଥାକୁ ସମସ୍ତେ ମନେ ରଖିବା ଦରକାର। ଦୁଇ ପଡ଼ୋଶୀ ରାଷ୍ଟ୍ର ସର୍ବଦା ପରସ୍ପର ସହ ବୁଝାମଣାରେ କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସାମଗ୍ରୀକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/3caQvar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages