‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ

ପୁରୀ(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା  ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆବଶ୍ୟକସ୍ଥଳେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ।

ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଶୁଖିଲା ଖାଦ୍ୟ ମହଜୁଦ୍ ରଖିବା ସହ ଔଷଧ ବନ୍ଦୋବସ୍ତ କରିବାକୁ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍  ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ବାତ୍ୟା ‘ଅମ୍ଫାନ’ ଯୋଗୁ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଗୋପ ସମେତ ପୁରୀ ସହରର ଦୁଇଟି ସମୁଦ୍ରକୂଳ ଅଞ୍ଚଳ ତଥା ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତି ବିଶେଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।



from Odisha Reporter https://ift.tt/36k8MRr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages