ରେଳ ଧାରଣରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ରେଳ ଧାରଣରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ରେନ୍

ଲକ୍ଷ୍ନୌ: ମୁମ୍ୱାଇ ଘଟଣାର ପୁଣି ପୁନରାବୃତି। ରେଳ ଧାରଣାରେ ଶୋଇଥିବା ବେଳେ ଟ୍ରେନ୍ ମାଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ଜଣ ମହିଳା ଏବଂ ଜଣେ ନାବାଳିକା ରହିଛନ୍ତି। ଉତ୍ତର ପ୍ରଦେଶର ଚନ୍ଦୋଲି ଏଏସପି ପ୍ରେମ୍ ଚନ୍ଦ ଏହି ସୂଚନା ଦେଇଛନ୍ତି।

ରେଳ ଧାରଣାରୁ ୪ଟି ଶବ ମିଳିଛି। ମୃତ ଶରୀର ଗୁଡ଼ିକୁ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି। ତାଙ୍କ ପାଖରୁ କୌଣସି ଜିନିଷ ମିଳି ନାହିଁ। ଟ୍ରେନ୍ ଚାଳକ ସୂଚନା ଦେବା ପରେ ପୁଲିସ ଏହି ଦୁର୍ଘଟଣା ବାବଦରେ ଜାଣିବାକୁ ପାଇଛି ବୋଲି ଚନ୍ଦୋଲି ଏଏସପି ପ୍ରେମ୍ ଚନ୍ଦ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତି ୮ଟା ୩୦ ପାଖାପାଖି ଏକ ମାଲଗାଡ଼ି ଚନ୍ଦୋଲି ଦେଇ ଯାଉଥିଲା। ଅନ୍ଧାର ଥିବାରୁ ହଠାତ୍ ମାଲ ଗାଡ଼ି ଚାଳକ ଜଣଙ୍କ ରେଳ ଧାରଣାରେ ଶୋଇଥିବା ୪ ଜଣଙ୍କୁ ଦେଖିପାରିନଥିଲେ। ମୃତକଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ପୁରୁଷ, ୩୬ ବର୍ଷୀୟ ମହିଳା, ୧୮ ବର୍ଷୀୟ ଯୁବତୀ ଏବଂ ୧୨ ବର୍ଷୀୟ ନାବାଳିକା ରହିଛନ୍ତି। ମୃତକମାନେ ଆତ୍ମହତ୍ୟା କରିବାକୁ ଯାଇ ଏଭଳି କରିଥାଇପାରନ୍ତି ବୋଲି ଆକଳନ କରାଯାଉଛି। ଏଥିସହ ଏହି ଚାରି ଜଣେ ଗୋଟିଏ ପରିବାରର ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମୁମ୍ୱାଇରୁ ମଧ୍ୟପ୍ରଦେଶ ଆସୁଥିଲେ କିଛି ଶ୍ରମିକ। ରେଳ ଧାରଣା ଦେଇ ଚାଲି ଚଲି ଆସିବା ବେଳେ ନିଦ ଲାଗିବାରୁ ରେଳ ଧାରଣାରେ ଶୋଇ ପଡ଼ିଥିଲେ। ଏଥିରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/3c8CzgW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages