କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଗ୍ନିକାଣ୍ଡ

ଭଦ୍ରକ (ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଲାଗିଗଲା ନିଆଁ। ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଜଳମଣ୍ଡୁଆ ପଞ୍ଚାୟତର ଭଗିବିନ୍ଧା କ୍ୱାରେଣ୍ଟାଇନ୍ ସେଣ୍ଟରରେ। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୨ ଜଣ ଅନ୍ତେବାସୀ। କେବଳ ଜଣେ ରୋଷେୟା ଆହତ ହୋଇଛନ୍ତି।

ଗତକାଲି ସନ୍ଧ୍ୟାରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ରୋଷେଇ ପାଇଁ ସେଠାରେ ରଖାଯାଇଥିବା ସମସ୍ତ ରାସନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅନ୍ୟାନ୍ୟ କିଛି ଜିନିଷପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା ଓ ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣା ପରେ ସରପଞ୍ଚ ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଥିଲେ।



from Odisha Reporter https://ift.tt/2znMQJ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages