୫୪ ଘଣ୍ଟାର ଯାତ୍ରା ପରେ ଭଦ୍ରକରେ ପହଞ୍ଚିଲେ ୩୮ ପ୍ରବାସୀ ଓଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

୫୪ ଘଣ୍ଟାର ଯାତ୍ରା ପରେ ଭଦ୍ରକରେ ପହଞ୍ଚିଲେ ୩୮ ପ୍ରବାସୀ ଓଡିଆ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପ୍ରଥମ ଥର ପାଇଁ ଭଦ୍ରକରେ ପହଞ୍ଚିଛନ୍ତି ପ୍ରବାସୀ ଓଡିଆ। ନିଜ ଖର୍ଚ୍ଚରେ ଦୀର୍ଘ ୫୪ ଘଣ୍ଟାର ଯାତ୍ରା ଶେଷ କରି ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ସମେତ ୩୮ ଜଣ ଯାତ୍ରୀ ଆସି ଭଦ୍ରକରେ ପହଞ୍ଚିଛନ୍ତି ।

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରବାସୀଙ୍କ ପାଇଁ ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇ କଲେଜରେ ରହିବା ସହ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଛି । ଆଜି ନାମ ପଞ୍ଜିକରଣକୁ ଯାଞ୍ଚ କରାଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନୋଡାଲ ଅଫିସର ଦାୟିତ୍ୱରେ ଥିବା ପ୍ରକଳ୍ପ ନିର୍ଦ୍ଦେଶ ମଧୁସୁଦନ ଦାସ କହିଛନ୍ତି। ଏହାପରେ ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବ ବୋଲି ଜଣାଯାଇଛି।

ଗୁଜୁରାତର ସୁରତକୁ କାମ କରିବାକୁ ଯାଇ ଲକଡାଉନ୍‌ ଯୋଗୁ ସେଠାରେ ବହୁ ପ୍ରବାସୀ ଓଡ଼ିଆ ଫସି ଯାଇଥିଲେ। କାମ ଧନ୍ଦା  ନ ପାଇ ବହୁ ହଇରାଣ ହେଉଥିଲେ। ସୁରତରୁ ଫେରିବା ନିମନ୍ତେ ସେମାନେ ସେଠାକାର ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇଥିଲେ।

ଏହାପରେ ଗତ ୨୯ ତାରିଖ ରାତିରେ ସୁରତରୁ ଏକ ବେସରକାରୀ ବସ୍‌ ଯୋଗେ ୫୬ ଜଣ ଯାତ୍ରୀ  ଓଡିଶା ବାହାରିଥିଲେ। ଯେଉଁଥିରେ କେନ୍ଦ୍ରାପଡା ୬ ଜଣ, ଜଗତସିଂହପୁର ୩ଜଣ , ବାଲେଶ୍ୱରର ୩ ଜଣ, ଖୋର୍ଦ୍ଧାର ୬ଜଣ ଓ ଭଦ୍ରକର ୩୮ଜଣ ଯାତ୍ରୀ ଥିଲେ । ଅନ୍ୟ ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ସ୍ଥାନରେ ଛାଡି ଦେବା ପରେ ବସ୍‌ଟି ଭଦ୍ରକରେ ଆସି ପହଞ୍ଚିଥିଲା । ଏହି ବସ୍‌ରେ ଆସିବା ନିମନ୍ତେ ଯାତ୍ରୀ ପିଛା ୩୫୦୦ ଟଙ୍କା ଲେଖାଏଁ ଦେଇଥିବା ଜଣାଯାଇଛି।



from Odisha Reporter https://ift.tt/3bRfnod

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages