ମୁମ୍ବାଇ: ଫେସବୁକ ଓ ସିଲଭର ଲେକ ପରେ ଆଉ ଏକ ଆମେରିକୀୟ କମ୍ପାନୀ ଜିଓ ଡିଜିଟାଲ ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିବାକୁ ଆଗେଇ ଆସିଛି। ଆମେରିକାର ଘରୋଇ କମ୍ପାନୀ ଭିସ୍ତା ଇକ୍ୟୁଇଟି ପାର୍ଟନରସ ରିଲାଏନ୍ସ ଜିଓରେ ୧୧,୩୬୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ।
ଏହି ବିପୁଳ ପରିମାଣର ଅର୍ଥ ବଦଳରେ ଭିସ୍ତା ରିଲାଏନ୍ସ ଜିଓର ୨.୩୨% ଶେୟାର କିଣିବ। ଏ ସମ୍ପର୍କରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରି ସୂଚନା ଦିଆଯାଇଛି। ଏହି ଡିଲ ପାଇଁ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭିସ୍ତାକୁ ଧନ୍ୟବାଦ ଜଣାଇଛନ୍ତି।
ଭିସ୍ତାର ସହଯୋଗରେ କମ୍ପାନୀ ଆହୁରି ଆଗକୁ ଯିବ ଓ ଏହାଦ୍ୱାରା ଭାରତୀୟ ଫାଇଦା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏପ୍ରିଲ ୨୨ରେ ଫେସବୁକ ଜିଓ ପ୍ଲାଟଫର୍ମରେ ୪୩,୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଥିଲା।
ଏହି ଅର୍ଥ ବଳରେ ଫେସବୁକ ଜିଓର ୯.୯୯% ଶେୟାର କିଣିବ। ସେହିପରି ମେ’ ୪ରେ ଆଉ ଏକ ଆମେରିକୀୟ କମ୍ପାନୀ ସିଲଭର ଲେକ ୫,୬୫୬ କୋଟି ଟଙ୍କା ପୁଞ୍ଜି ନିବେଶ ସମ୍ପର୍କରେ ଘୋଷଣା କରିଥିଲା।
from Odisha Reporter https://ift.tt/3chWvyM
No comments:
Post a Comment