ପୁଣି ’ହୁ’କୁ ପାଣ୍ଠି ଦେବାକୁ ଟ୍ରମ୍ପ ରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ପୁଣି ’ହୁ’କୁ ପାଣ୍ଠି ଦେବାକୁ ଟ୍ରମ୍ପ ରାଜି

ୱାଶିଂଟନ: ଚାଇନାକୁ କରୋନା ମହମାରୀ କ୍ଷେତ୍ରରେ ସହଯୋଗ କରୁଥିବା ଅଭିଯୋଗ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)କୁ ପାଣ୍ଠି ଯୋଗାଣ ବନ୍ଦ କରିଥିବା ଆମେରିକା ଏବେ ୟୁ-ଟର୍ଣ୍ଣ ନେଇଛି। ପୁଣିଥରେ ହୁ’କୁ ଆମେରିକା ପାଣ୍ଠି ଦେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି।

ସୂତ୍ର ଅନୁସାରେ, ଚାଇନା ଯେଉଁ ପରିମାଣର ପାଣ୍ଠି ହୁ’କୁ ଯୋଗାଇ ଦେଉଛି, ସମାନ ପରିମାଣର ଅର୍ଥ ସାମୟିକ ଭାବେ ଆମେରିକା ମଧ୍ୟ ଦେବ। ତେବେ କେବେ ଠାରୁ ଏହି ଅର୍ଥ ଦିଆଯିବ ଓ ଏହାର ପରିମାଣ କେତେ ରହିବ, ସେକଥା କୁହାଯାଇ ନାହିଁ।

କରୋନା ଭାଇରସ ଚାଇନାରୁ ସୃଷ୍ଟି ହୋଇଥିଲେ ହେଁ ହୁ’ ଏହାକୁ ସମଗ୍ର ବିଶ୍ୱ ଠାରୁ ଲୁଚାଇ ରଖିଥିଲା ବୋଲି ଆମେରିକା ଅଭିଯୋଗ କରିଥିଲା। ଏଥିସହ ଚାଇନା କଥାରେ ପଡ଼ି ସମଗ୍ର ବିଶ୍ୱକୁ ହୁ’ ବିପଦ ମୁହଁ ଠେଲି ଦେଖଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ।

ଏହାପରେ ଏପ୍ରିଲ ୧୪ରୁ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ହୁ’କୁ ପାଣ୍ଠି ଯୋଗାଣ ବନ୍ଦ କରିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲା। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ହୁ’କୁ ଆମେରିକା ହିଁ ସବୁଠାରୁ ଅଧିକ ଅର୍ଥ ଦେଇଥାଏ।



from Odisha Reporter https://ift.tt/3bBhJGM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages