ଇଏମଆଇ ଆଉ ୩ ମାସ କୋହଳ, ଶସ୍ତା ହେବ ବ୍ୟାଙ୍କ ଋଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଇଏମଆଇ ଆଉ ୩ ମାସ କୋହଳ, ଶସ୍ତା ହେବ ବ୍ୟାଙ୍କ ଋଣ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମାସିକ ଋଣ କିସ୍ତ କୋହଳ ନୀତିକୁ ଆରବିଆଇ ଆଉ ୩ ମାସ ଅର୍ଥାତ ଅଗଷ୍ଟ ଶେଷ ଯାଏ ବୃଦ୍ଧି କରିଛି। ଏହାର ଅର୍ଥ ଯେଉଁମାନେ ଚାହିଁବେ, ଅଗଷ୍ଟ ଶେଷ ଯାଏ ନିଜ ଋଣ ଉପରେ କୌଣସି ଇଏମଆଇ ପୈଠ କରିବେ ନାହିଁ। ଗ୍ରାହକଙ୍କ ଉପରେ କୌଣସି ଚାପ ନ ପକାଇବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ସେହିପରି ରେପୋ ରେଟକୁ ୪୦ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ଏବେ ରେପୋ ରେଟ ୪.୪%ରୁ ୪%କୁ ହ୍ରାସ ପାଇଛି। ସେହିପରି ରିର୍ଭସ ରେପୋ ରେଟକୁ ମଧ୍ୟ ଆରବିଆଇ ୩.୫%କୁ ଖସାଇ ଦେଇଛି। ଏହି ନୂଆ ନିୟମ ଦ୍ୱାରା ବ୍ୟାଙ୍କ ଋଣ ଶସ୍ତା ହେବ। ଆରବିଆଇର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, କୋଭିଡ-୧୯ ଯୋଗୁ ଘରୋଇ କ୍ଷେତ୍ରଗୁଡ଼ିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇନଭେଷ୍ଟମେଣ୍ଟ ଡିମାଣ୍ଡ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭାରତରେ ଆଉ ଚାହିଦା ନାହିଁ। ବିଜୁଳି ଠାରୁ ଆରମ୍ଭ କରି ପେଟ୍ରୋଲିୟମ ସାମଗ୍ରୀଗୁଡ଼ିକର ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଛି।

ଏସବୁ ଦୃଷ୍ଟିରେ ରଖି ରେପୋରେଟକୁ ହ୍ରାସ କରାଯାଇଛି। ମନଟାରୀ ପଲିସିର ୬ ଜଣିଆ କମିଟି ମଧ୍ୟରୁ ୫ ଜଣ ରେପୋରେଟ ହ୍ରାସ ସପକ୍ଷରେ ମତ ଦେଇଥିବା ବେଳେ ଜଣେ ଏହାକୁ ବିରୋଧ କରିଥିଲେ। ୫:୧ ଭୋଟରେ ରେପୋରେଟ ୪୦ ବେସିସ ପଏଣ୍ଟ ହ୍ରାସ ପାଇଛି।

ଲକଡାଉନ ଯୋଗୁ ଇଣ୍ଡଷ୍ଟ୍ରୀଆଲ ପ୍ରଡକସନ ୧୭% ହ୍ରାସ ପାଇଥିବା ବେଳେ ଉତ୍ପାଦନ କାର୍ଯ୍ୟକଳାପ ୨୧% ଖସିଛି। ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଆମେ ଏକାଧିକ ପଦକ୍ଷେପ ନେଉଛୁ। କରୋନା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି। ୨୦୨୦-୨୧ ଉପରେ ଦେଶର ଜିଡିପି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।

ଶ୍ରୀ ଦାସ କହିଛନ୍ତି, ମାର୍କେଟ ସ୍ଥିତି ସୁଧାରିବା, ରପ୍ତାନୀକୁ ବୃଦ୍ଧି କରିବା, ଆର୍ଥିକ ଦୁସ୍ଥିତି ଯୋଗୁ ଆମଦାନୀ ହ୍ରାସ ପାଇବା ସ୍ଥିତିର ମୁକାବିଲା କରିବା ଓ ରାଜ୍ୟଗୁଡ଼ିକ ଭୋଗୁଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି କରିଛୁ।

ଆରବିଆଇ ଇଏମଆଇ ପୈଠ ଅବଧିକୁ ଜୁନ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷତ୍ତି ନେଇଛି। ପୂର୍ବରୁ ଏହା ୩ ମାସ ଯାଏ କୋହଳ କରାଯାଇଥିଲା। ଏବେ ଆଉ ୩ ମାସ ଏହି ନିୟମ କାର୍ଯ୍ୟକାରୀ ହେବ। ଅର୍ଥାତ ୬ ମାସ ଯାଏ ବ୍ୟାଙ୍କ ଗ୍ରାହକଙ୍କୁ ଇଏମଆଇ ପୈଠ କରିବାକୁ ବାଧ୍ୟ କରିପାରିବ ନାହିଁ। ଆଗାମୀ ଭବିଷ୍ୟତରେ ଯେ କୌଣସି ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଆରବିଆଇ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆରବିଆଇ ୨୭ ମାର୍ଚ୍ଚରେ ରେପୋରେଟକୁ ୦.୭୫% ହ୍ରାସ କରିଥିଲା। ଫଳରେ ବ୍ୟାଙ୍କ ଗୁଡ଼ିକ ଋଣ ଉପରେ ସୁଧହାରକୁ କମ କରିଥିଲେ। ଏବେ ପୁଣି ରେପୋରେଟ ହ୍ରାସ ପାଇଥିବାରୁ ଋଣ କିସ୍ତି ଆହୁରି ଶସ୍ତା ହେବ।

ଶ୍ରୀ ଦାସ ଆହୁରି କହିଛନ୍ତି, ୨୦୨୦-୨୧ର ପ୍ରଥମାର୍ଦ୍ଧରେ ଭାରତର ଜିଡିପି ନକାରାତ୍ମକ ହେବ। ତଥାପି ବର୍ଷର ଦ୍ୱିତୀୟ ଭାଗରେ ଅଭିବୃଦ୍ଧି ହାରରେ କିଛିମାତ୍ରାରେ ବୃଦ୍ଧି ପାଇବ। ଦେଶର ୬ ବଡ଼ ଉଦ୍ୟୋଗୀର ଉତ୍ପାଦନ ଠପ ହୋଇଯାଇଛି। ଏହି ୬ ଉଦ୍ୟୋଗୀଙ୍କ କମ୍ପାନୀ ରହିଥିବା ରାଜ୍ୟଗୁଡ଼ିକ କରୋନା ଯୋଗୁ ରେଡ ଜୋନରେ ରହିଛନ୍ତି। ଫଳରେ ସେମାନଙ୍କ କାର୍ଯ୍ୟକଳାପ ଠପ ହୋଇରହିଛି।

ମାର୍ଚ୍ଚରେ କ୍ୟାପିଟାଲ ଗୁଡ୍ସର ଉତ୍ପାଦନରେ ୩୬% ହ୍ରାସ ପାଇଛି। ତେବେ ଖରିଫ ଫସର ୪୪% ବୃଦ୍ଧି ପାଇଛି। ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ପୁଣି ୮.୬ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/3d5QTIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages