ଭଦ୍ରକ(ପାର୍ଥ ସାରଥୀ ନାୟକ): ୨ ଦିନରୁ ଊର୍ଦ୍ଧ୍ୱ ହେଲା ଛୁଆପିଲା ଧରି ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପ୍ରବାସୀ। ନା ଠିକ୍ ସେ ଖାଇବାକୁ ମୁଠେ ମିଳୁଛି ନା ରହିବାକୁ ମୁଣ୍ଡ ଉପରେ ଛାତ ଅଛି। ଖୋଲା ପଡ଼ିଆରେ ରାତି କଟୁଥିବା ବେଳେ ଦୁଃଖ ଶୁଣୁନି ପ୍ରଶାସନ।
ଭଦ୍ରକ କଲେଜରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏପରି ଅବ୍ୟବସ୍ଥା ଦେଖାଯାଇଥିବା ବେଳେ ଶେଷରେ ତାତିଛନ୍ତି ପ୍ରବାସୀ। ହଜାର ହଜାର ସଂଖ୍ୟାରେ ପ୍ରବାସୀ ଆଜି ଭୋରରୁ ଭଦ୍ରକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ଓଭର ବ୍ରିଜକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ପୁଲିସ୍ ଓ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଘଟଣାର ସମାଧାନ ହୋଇ ନ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ୨ ହଜାରରୁ ଅଧିକ ପ୍ରବାସୀ ବସ୍ ଓ ଟ୍ରେନ୍ରେ ଆସି ଭଦ୍ରକରେ ପହଞ୍ଚିଥିବା ବେଳେ ୨ ଦିନ ହେବ ସେମାନଙ୍କୁ ଭଦ୍ରକ କଲେଜରେ ରଖାଯାଇଛି। ମାତ୍ର ସେଠାରେ ସେମାନଙ୍କ ରହିବା ତଥା ଖାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ଏହି ପ୍ରବାସୀମାନେ ଗଞ୍ଜାମ, ନୂଆପଡ଼ା ଆଦି ବିଭିନ୍ନ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରି ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି।
from Odisha Reporter https://ift.tt/2ZwZCQ2
No comments:
Post a Comment