ଭଦ୍ରକ/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛନ୍ତି ଏନ୍ଡିଆରଏଫ୍ ଟିମ୍।
୨୧ ଜଣିଆ ଟିମ୍ ଏନ୍ଡିଆରଏଫ୍ ଟିମ୍ ଭଦ୍ରକ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ ଧାମରା ପଠାଇ ଦିଆଯାଇଛି । ସେପଟେ ବାତ୍ୟା ମୁକାବିଲା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ।
ଅଗ୍ନିଶମ ଅଧିକାରୀ, ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ରଞ୍ଜନ ଦାସ କହିଛନ୍ତି । ସେହିପରି ପାରାଦୀପରେ ୨୧ ଜଣିଆ ଏନଡିଆରଏଫ୍ ଟିମ୍ ପହଞ୍ଚିବା ପରେ ସେମାନଙ୍କୁ ପୋର୍ଟ ହାଇସ୍କୁଲରେ ରଖାଯାଇଛି ।
ଅପରପକ୍ଷେ , ବାତ୍ୟା ‘ଅମ୍ଫାନ’ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨ଟି ଏନଡିଆରଏଫ, ୩ଟି ଓଡିଆରଏଫ୍ ଓ ୧୫ଟି ଦମକଳ ବାହିନୀ ମୁତୟନ କରାଯିବ । ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
from Odisha Reporter https://ift.tt/366HoGc
No comments:
Post a Comment