ସମ୍ବଲପୁରକୁ ଛୁଇଁଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 16, 2020

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା। ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ ନୂତନ ଭାବେ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ଅଛନ୍ତି। ତେବେ ସେ ଜିଲ୍ଲାର କେଉଁ ସ୍ଥାନର ଓ କେମିତି କରୋନାରେ ଆକ୍ରାନ୍ତ ହେଲେ, ସେ ବିଷୟରେ କିଛି ସୂଚନା ଆସିନାହିଁ। ଏ ସଂପର୍କିତ ସୂଚନାକୁ ଅପେକ୍ଷା କରାଯାଇଛି।

ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା ଓ ବୌଦ୍ଧ ଆଦି ଜିଲ୍ଲାକୁ କରୋନା ଛୁଇଁ ସାରିଛି।

ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ମଧ୍ୟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ। ଏଠାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ବାକି ୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ବଲାଙ୍ଗିରରେ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ବୌଦ୍ଧରେ ମଧ୍ୟ ୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତେ ଚିକିସ୍ତାଧୀନ ଅଛନ୍ତି। ଦେବଗଡ଼ର ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି। ଝାରସୁଗୁଡ଼ା ଓ କଳାହାଣ୍ଡିରେ ଦୁଇ ଜଣ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସମସ୍ତେ ସୁସ୍ଥ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଥିବା ବେଳେ ୬୨୭ ଜଣ ଚିକିତ୍ସାଧୀନ ଅଛନ୍ତି। ୧୯୬ ଜଣ ସୁସ୍ଥ ହୋଇସାରିଲେଣି। ୫ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି।



from Odisha Reporter https://ift.tt/3dRNvAR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages