‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଶଙ୍କର ମହାଦେବନ ଓ ଆଶା ତାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଶଙ୍କର ମହାଦେବନ ଓ ଆଶା ତାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଶନିବାର ୫.୩୦ରେ ସମସ୍ତ ଓଡ଼ିଆ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସାମୂହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ତେବେ ଏହି ଅବଶରରେ ଓଡ଼ିଶା ପାଇଁ ଆଉ ଏକ ଖୁସିର କଥା ହେଉଛି, ବଲିଉଡର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ମଧ୍ୟ  ଓଡ଼ିଶାର ଏହି ସଙ୍ଗୀତକୁ ସୁନ୍ଦର ଭାବେ ଗାଇଛନ୍ତି। ଦୁହେଁ ଟ୍ୱିଟ୍ କରି ଏହି ଗୀତର ଭିଡିଓଟିକୁ ଶେଆର କରିଛନ୍ତି।

ଆଶା  ସନ୍ଧ୍ୟା ୫.୩୦ର କିଛି ସମୟ ପୂର୍ବରୁ ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ। ଦିନରାତି କରୋନା ସହିତ ଲଢ଼େଇ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିକୃତ ହୋଇଥିବା ଏହି ସଂଗୀତକୁ ଆସନ୍ତୁ ସମସ୍ତ ଓଡ଼ିଆଙ୍କ ସହିତ ମିଶି ସନ୍ଧ୍ୟା ୫.୩୦ରେ ଗାଇବା।”

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ସେ ଏହାର ଫୁଲ୍ ଭିଡିଓ ଶେଆର୍ କରି ଲେଖିଛନ୍ତି, ଯଦିଓ ଏହା ଓଡ଼ିଆ ଭାଷାରେ ହୋଇଛି, କିନ୍ତୁ ସାରା ଭାରତର ଅନ୍ତରଆତ୍ମା ଏଥିରେ ଯୋଡ଼ି ହୋଇ ରହିଛି। ସେ ଯେଉଁ ଭାଷାରେ ବି ହେଉ ଆମେ ଆମର କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ କରୁଛୁ ବୋଲି ଲେଖିଛନ୍ତି ଆଶା। ଏଥିସହିତ ଶଙ୍କର ମହାଦେବନ ମଧ୍ୟ ଆଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌କୁ ରି-ଟ୍ୱିଟ୍ କରିବା ସହିତ ସେ ନିଜେ ବି ଏହାକୁ ଟ୍ୱିଟ୍‌ କରିଛନ୍ତି। ଶଙ୍କର ମହାଦେବନ ମଧ୍ୟ ଏହି ଗୀଟର ଭିଡିଓଟିକୁ ଟ୍ୱିଟ୍ କରିଛନ୍ତି।



from Odisha Reporter https://ift.tt/2zE8tF8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages