କ୍ୱାରେଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ପଳାଇଲେ ସୁରତ ଫେରନ୍ତା, ଆଣିଲେ ଏମିତି ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ପଳାଇଲେ ସୁରତ ଫେରନ୍ତା, ଆଣିଲେ ଏମିତି ଅଭିଯୋଗ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ପଳାଇଲେ ସୁରତ ଫେରନ୍ତା। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌‌ ସେଣ୍ଟରର ମୁଖ୍ୟ ଫାଟକ ଭାଙ୍ଗି ନିଜ ନିଜ ଗାଁକୁ ପଳାଉଥିବା ଦେଖିବାକୁ ମିଳିଛି।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ଠିକ୍‌ରେ ଖାଇବା-ପିଇବା ଦିଆଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଜଣେ ଶ୍ରମିକ କହିଛନ୍ତି, “କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଖାଇବାକୁ ଦେଲେନି କି ପିଇବାକୁ ପାଣି ଟିକେ ଦେଲେନି। ଆମେ କେମିତି ରହିବୁ।”

ଏନେଇ ଖବର ପାଇ ତହସିଲଦାର ଓ ପୁଲିସ୍‌ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି। ତେବେ ଏସଂପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏହି ଦୁଇଟି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୨୮ ଜଣଙ୍କୁ ରଖାଯାଇଥିଲା। ସେମାନେ ଗତକାଲି ଦୁଇଟି ବସ୍‌ ଯୋଗେ ଜିଲ୍ଲାକୁ ଫେରିବା ପରେ ସେମାନଙ୍କୁ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।

 



from Odisha Reporter https://ift.tt/2KWBC01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages