ଲୁଟ୍‌ କରିବାକୁ ଆସି ବନ୍ଧା ହେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 25, 2020

ଲୁଟ୍‌ କରିବାକୁ ଆସି ବନ୍ଧା ହେଲେ ଯୁବକ

କୋଣାର୍କ(ସଞ୍ଜୟ ପତି): ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ନରସିଂହପୁର ଶାସନ ଗ୍ରାମରେ ଏକ ବଡ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଯୋଗେନ୍ଦ୍ର ମାଳତୀ ନାମକ ବ୍ୟକ୍ତିଙ୍କ ଘରେ ୪ ଦୁର୍ବୃତ୍ତ ପଶି  ୪ ଭରି ସୁନା ଅଳଙ୍କାର ସହ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗ୍ରାମବାସୀ କାବୁ କରି ନେଇ ନିର୍ଧୂମ ଛେଚିଥିବା ଜଣାଯାଇଛି।

ଗତକାଲି ରାତି ପ୍ରାୟ ୩ଟାରେ ଦୁଇଟି ବାଇକ୍‌ରେ ୪ ଦୁର୍ବୁତ୍ତ  ଆସି  ଗ୍ରାମର ଯୋଗେନ୍ଦ୍ର ମାଳତୀଙ୍କ ଘରେ ପହଞ୍ଚିଥିଲେ। ସେମାନେ ଘର ପଛପଟ କବାଟ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ବାରଣ୍ଡାରେ ଶୋଇଥିବା ଲୋକଙ୍କୁ ଛୁରୀ ଦେଖାଇ ଏକ ବାକ୍ସରେ ଥିବା ୪ ଭରି ସୁନା ଅଳଙ୍କାର ଓ ଲକ୍ଷେ ୯୦ ହଜାର ଟଙ୍କା ଲୁଟ କରି ନେଇଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି ।

ଲୁଟ୍‌ ପରେ ଡକାୟତମାନେ ଫେରାର ହେଉଥିବା ବେଳେ ଜଣେ ଡକାୟତକୁ ବାଇକ୍‌ ସହ ଗ୍ରାମବାସୀ କାବୁ କରିନେଇଥିଲେ ।  ଧରା ପଡିଥିବା ଡକାୟତକୁ ଗ୍ରାମବାସୀ ନିର୍ଧୁମ ଛେଚି ନୟାହାଟ ଫାଣ୍ଡି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି । ଧରାପଡିଥିବା ଡକାୟତଜଣକ ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ୍‌ ତାକୁ ପଚରାଉଚରା ଚଳାଇଥିବା ବେଳେ ବାଇକ୍‌କୁ ଜବତ କରିଛି।

 



from Odisha Reporter https://ift.tt/2ywy7uH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages