ଗଞ୍ଜାମରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ୩ ଛୁଇଁଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ଗଞ୍ଜାମରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ୩ ଛୁଇଁଲା ସଂଖ୍ୟା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୭୦ ଛୁଇଁଛି।

ଗତକାଲି ଚିହ୍ନଟ  ୭ ପଜିଟିଭଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪ ଜଣ,  ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆକ୍ରନ୍ତ ଅଛନ୍ତି । ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ସେହିଭଳି ଭଦ୍ରକରେ  ଏହି ସଂଖ୍ୟା ୨୧ ଛୁଇଁଲା।

ଏବେସୁଦ୍ଧା ରାଜ୍ୟରେ ୪୪ ହଜାର ୬୬୩ ସାମ୍ପଲ୍ ଟେଷ୍ଟ ହୋଇଥିବା ବେଳେ ଗତକାଲି ସର୍ବାଧିକ ୩, ୫୩୫ ସାମ୍ପଲ୍ ପରୀକ୍ଷା ହୋଇଛି। ରାଜ୍ୟରେ ସମୁଦାୟ  ୧୭୦ କେସ୍‌ ମଧ୍ୟରୁ ୧୦୯ ଆକ୍ଟିଭ କେସ୍ ରହିଛି। ସେଥିମଧ୍ୟରୁ  ୬୦ ଜଣ  ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଯାଜପୁରରେ ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସରକାରଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଭଦ୍ରକରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ପରେ ଧାମନଗର ବ୍ଲକ୍ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର ପଞ୍ଚାୟତର କଣ୍ଟେନମେଣ୍ଟ୍ ଅବଧିକୁ ୧୪ ଦିନ ଯାଏ ବଢାଇ ଦିଆଯାଇଛି।



from Odisha Reporter https://ift.tt/2SDDYoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages