ଆଜି ଦେଖାଯିବ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ଆଜି ଦେଖାଯିବ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’

ନୂଆଦିଲ୍ଲୀ: ସାଧାରଣ ପୂର୍ଣିମାରେ ଦେଖାଯାଉଥିବା ଚନ୍ଦ୍ରଠାରୁ ୬ ପ୍ରତିଶତ ବଡ଼ ଚନ୍ଦ୍ର ଆଜି ଆକାଶରେ ଦେଖିବାକୁ ମିଳିବ, ଯାହାକୁ ‘ସୁପରମୁନ୍’ କୁହାଯାଉଛି। ୨୦୨୦ ମସିହାର ଏହା ଅନ୍ତିମ ‘ସୁପର୍ ମୁନ୍’ ହୋଇଥିବା ବେଳେ ଆଜି ଅର୍ଥାତ୍ ମେ’ ୭ ତାରିଖରେ ଦୃଶ୍ୟମାନ ହେବ। ଅପରାହ୍ନ ୪.୧୫ ସମୟରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ତେବେ ଭାରତୀୟମାନେ ଏହାକୁ ଦେଖିପାରିବେ ନାହିଁ।

ସବୁଦିନେ ଚନ୍ଦ୍ର ଦେଖାଯାଏ। ହେଲେ ପୂର୍ଣ୍ଣିମାରେ ପୂର୍ଣ୍ଣ ଚନ୍ଦ୍ର ଦେଖିବାକୁ ମିଳେ। ତେବେ ସୁପରମୁନରେ ଚନ୍ଦ୍ର ପୂର୍ଣ୍ଣିମା ରାତିଠାରୁ ମଧ୍ୟ ବଡ଼ ଓ ଉଜ୍ୱଳ ଦୃଶ୍ୟମାନ ହୁଏ। ତେବେ ଏପରି ହୁଏ କାହିଁକି? ପ୍ରକୃତରେ, ଚନ୍ଦ୍ରର ଆକାର ସୁପରମୁନ୍ ରାତିରେ ବଢ଼ିଯାଏ ନାହିଁ କିମ୍ବା ଅଧିକ ଆଲୋକ ବିକିରଣ କରେ ନାହିଁ। ଏହା ପୃଥିବୀକୁ ସେଭଳି ଦେଖାଯାଏ।

ଏହାର କାରଣ ହେଲା, ଚନ୍ଦ୍ର ପୃଥିବୀ ଚାରିପଟେ ସମ୍ପୂର୍ଣ୍ଣ ବୃତ୍ତାକାର ପଥରେ ପରିକ୍ରମଣ କରେ ନାହିଁ। ଏହା ସୂର‌୍ୟ୍ୟର ମହାକର୍ଷଣ ଶକ୍ତି ପ୍ରଭାବରେ ଅଣ୍ଡାକୃତି ପଥରେ ପରିକ୍ରମଣ କରେ। ଏଥିସହ ପୃଥିବୀ ମଧ୍ୟ ସୂର‌୍ୟ୍ୟ ଚାରିପଟେ ଅଣ୍ଡାକୃତି ପଥରେ ପରିକ୍ରମଣ କରୁଥିବାରୁ ଋତୁ ଅନୁସାରେ ଚନ୍ଦ୍ରର ଗତିପଥ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଉଭୟ ପୃଥିବୀ ଓ ଚନ୍ଦ୍ର ଅଣ୍ଡାକାର ପଥରେ ଗତି କଲା ବେଳେ ଯେତେବେଳେ ଚନ୍ଦ୍ର ପୃଥିବୀର ସର୍ବାଧିକ ନିକଟତର ହୁଏ, ସେତେବେଳେ ଏହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ।

ତେବେ ଭାରତରେ ୨୦୨୦ର ଏହି ଅନ୍ତିମ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦୃଶ୍ୟମାନ ହେବ ନାହିଁ। ନାସାର ତଥ୍ୟ ଅନୁସାରେ, ଏହା ଭାରତୀୟ ସମୟ ଅନୁସାରେ ମେ’ ୭ ଗୁରୁବାର ଅପରାହ୍ନ ୪.୧୫ରେ ସବୁଠାରୁ ଅଧିକ ଉଜ୍ୱଳ ତଥା ସର୍ବାଧିକ ବଡ଼ ଦେଖିବାକୁ ମିଳିବ। ହେଲେ ଏହି ସମୟରେ ଭାରତରେ ସଂନ୍ଧ୍ୟା କିମ୍ବା ରାତି ହୋଇ ନ ଥିବାରୁ ଭାରତୀୟ ଏହି ବିରଳ ଦୃଶ୍ୟର ଆନନ୍ଦ ନେଇପାରିବେ ନାହିଁ।

ଭାରତୀୟମାନେ ଘରେ ବସି ଇଣ୍ଟରନେଟ୍ ମାଧ୍ୟମରେ ସୁପର୍ ଫ୍ଲାଓ୍ୱାର୍ ମୁନ୍ ଦେଖାଯାଇପାରିବ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୭ରେ ସୁପରମୁନ୍ ଦେଖିବାକୁ ମିଳିଥିଲା, ଯାହାକୁ ସୁପର୍ ପିଙ୍କ୍ ମୁନ୍ କୁହାଯାଏ। ଆଜିର ସୁପରମୁନକୁ ସୁପର୍ ଫ୍ଲାଓ୍ୱାର୍ ମୁନ୍ କୁହାଯାଏ। ଆଗାମୀ ସୁପରମୁନ୍ ୨୦୨୧ ଏପ୍ରିଲ ମାସରେ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ଜ୍ୟୋତିର୍ବିଦ୍ ରିଚାର୍ଡ ନୋଲେ ‘ସୁପରମୁନ୍’ ନାମକରଣ କରିଥିଲେ। ୧୯୭୯ରେ ସାଧାରଣ ଦୃଶ୍ୟମାନ ଚନ୍ଦ୍ରଠାରୁ ୬ ପ୍ରତିଶତ ବଡ଼ ଚନ୍ଦ୍ର ଦେଖିବାକୁ ମିଳିଥିଲା। ସେତେବେଳେ ସେ ଏହାକୁ ‘ସୁପରମୁନ୍’ ନାମକରଣ କରିଥିଲେ। ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥାଏ, ଏହାର ତୁଳନାରେ ସୁପରମୁନ୍ ଆକାରରେ ୧୪ ପ୍ରତିଶତ ଅଧିକ ବଡ଼ ଦୃଶ୍ୟମାନ ହୋଇଥାଏ।



from Odisha Reporter https://ift.tt/3cdUy6q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages