ପ୍ରମାଣ ନଷ୍ଟ ପରେ କରୋନା ତଦନ୍ତ ପାଇଁ ରାଜି ହୋଇଛି ଚୀନ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

ପ୍ରମାଣ ନଷ୍ଟ ପରେ କରୋନା ତଦନ୍ତ ପାଇଁ ରାଜି ହୋଇଛି ଚୀନ୍ !

ବେଜିଂ:  କରୋନା ଭାଇରସର ଉତ୍ପତ୍ତି ନେଇ ତଦନ୍ତ ପାଇଁ ରାଜି ହେଉନଥିବା ଚୀନ୍ ଶେଷରେ ରବିବାର ରାଜି ହୋଇଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି କହିଛନ୍ତି, ଚୀନ ରରୋନା ବାବଦରେ ଅନ୍ତର୍ଜାତୀୟ ତଦନ୍ତ ପାଇଁ ରାଜି, ହେଲେ ଏହା ନିରପେକ୍ଷ ହେବା ଦରକାର। ଏଥିରେ କୌଣସି ରାଜନୀତିକ ହସ୍ତକ୍ଷେପ ରହିବ ନାହିଁ। ଦୁଇ ଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଠକରେ ତଦନ୍ତ ପାଇଁ ରାଜି ହୋଇନଥିବା ଚୀନ୍ ଏବେ ହଠାତ୍ କାହିଁକି ତଦନ୍ତ ପାଇଁ ରାଜି ହେଲା ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

କୁହାଯାଉଛି, ଚୀନ୍ ଏବେ ଉହାନ ବଜାରରେ ଜୀଜ ଜନ୍ତୁଙ୍କ ମାଂସ ବିକ୍ରି ଉପରେ କଟକଣା ଲଗାଇଛି। ଏହି ଭାଇରସ ଉହାନ ପରୀକ୍ଷାଗାର ନିକଟରେ ଥିବା ବଜାରରୁ ଆସିଛି ବୋଲି ଚୀନର କିଛି ଅଧିକାରୀ ନିକଟରେ କହିଥିଲେ। ହେଲେ ଏହି ଭାଇରସ ଉହାନ ପରୀକ୍ଷାଗାରରରୁ ଲିକ୍ ହୋଇଛି ବୋଲି ଆମେରିକା ଦାବି କରିଛି।

ଅନ୍ୟପଟେ ଚୀନ୍ ଉହାନ ପରୀକ୍ଷାଗାରର ଚିତ୍ର ମଧ୍ୟ କୁଆଡେ ବଦଳାଇ ଦେଇଛି। ପୂର୍ବରୁ ଉହାନ ପରୀକ୍ଷାଗାରର ଯେଉଁ ଚିତ୍ର ଥିଲା ଏବେ ତାହା ସମ୍ପୂର୍ଣ୍ଣ ବଦଳାଇ ଚୀନ୍ ସମସ୍ତ ପ୍ରମାଣ ନଷ୍ଟ କରିଥିବା କୁହାଯାଉଛି।

ଏହା ପୂର୍ବରୁ କରୋନା ଭାଇରସର ପ୍ରାଥମିକ ନମୁନାକୁ ନଷ୍ଟ କରାଯାଇଛି ବୋଲି ମାନି ସାରିଛି। ଚୀନ୍ ସରକାର ନମୁନା ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାୟୋସେଫ୍ଟି ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଚୀନ୍ ସରକାର କହିଥିଲେ ବୋଲି ଚୀନର ନ୍ୟାଶନାଲ ହେଲଥ କମିଶନ ଏବଂ ସାଇନ୍ସ ଆଣ୍ଡ ଏଜୁକେଶନ ଡିପାର୍ଟମେଣ୍ଟର ଅଧିକାରୀ ଲିଓ ଡେଁଗଫୋଙ୍ଗ କହିଥିଲେ। ଉହାନରେ ଥିବା ଲାବରୋଟରୀ ବିପଦରେ ପଡ଼ିବାର ଆଶଙ୍କା ଥିଲା। ଏହାପରେ ବାୟୋସେଫ୍ଟିକୁ ଗୁରୁତ୍ୱ ଦିଆଯାଇ ନମୁନା ନଷ୍ଟ କରାଯାଇଛି ବୋଲି ଜଣାପଡ଼ିଛି। କୌଣସି ଅନ୍ୟ ଦେଶକୁ ଏ ବାବଦରେ ଲୁଚାଇବା ପାଇଁ ନମୁନା ନଷ୍ଟ କରାଯାଇନଥିବା ସେ କହିଥିଲେ।

ସେହିପରି କରୋନା ଭାଇରସର ଉତ୍ପତ୍ତି ନେଇ ପୂର୍ବରୁ ଚୀନ୍ ସପକ୍ଷରେ ଓକିଲାତି କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାଇରସ ବ୍ୟାପିବା ପଛରେ ଚୀନର ଉହାନ ବଜାରକୁ ଦାୟୀ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫୁଡ୍ ସେଫଟି ଜୁନାଟିକ ଭାଇରସର ଏକ୍ସପୋର୍ଟ ଡକ୍ଟର ପିଟର ବେନ୍ ଏମ୍ୱରେକ ଏହା କହିଥିଲେ।

ହେଲେ ଉହାନ ବଜାରରେ ବିକ୍ରି ହେଉଥିବା ସାପ, ଅଶରପା, ବାଦୁଡି ଆଦି ଶରୀରରେ ଏହି ଭାଇରସ ପ୍ରବେଶ କରିପାରିବ ନାହିଁ ବୋଲି ବିଶେଷଜ୍ଞ କହିସାରିଛନ୍ତି। ତେଣୁ ସମସ୍ତ ପ୍ରମାଣ ନଷ୍ଟ କରିସାରି ଶେଷରେ ନିଜର ଚିତ୍ର ସଫା କରିବାକୁ ଯାଇ ଚୀନ୍ କରୋନା ତଦନ୍ତ ପାଇଁ ରାଜି ହୋଇଥିବା ଆଶଙ୍କା କରାଯାଉଛି।



from Odisha Reporter https://ift.tt/2Zz1cB1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages