ଆଜିଠାରୁ ବ୍ରହ୍ମପୁର ୪ ଦିନ ପାଇଁ ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ଆଜିଠାରୁ ବ୍ରହ୍ମପୁର ୪ ଦିନ ପାଇଁ ଶଟଡାଉନ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା):  କରୋନା ସଂକ୍ରମିତଙ୍କ ସଂଖ୍ୟା ବ୍ରହ୍ମପୁରରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ  ସ୍ୱାସ୍ଥ୍ୟ ଯାଞ୍ଚ ହେବ । କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲଥ୍‌ ଟିମ୍ ନିୟୋଜିତ ହେବେ । ଶଟଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ଏହି ସମୟରେ  ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଜିଲ୍ଲାର କବି ସୂର୍ଯ୍ୟନଗରର ଏ. ବାରିଡ଼ାକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରିଛି ପ୍ରଶାସନ। ସମସ୍ତ ଅଞ୍ଚଳରେ କଡ଼ା ନିୟମ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ କୃଷି କାର୍ଯ୍ୟକୁ କଟକଣାରୁ ବାଦ୍ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି । ଏ. ବାରିଡ଼ାର ଆଖପାଖ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର, ଗୋଷାଣି ଓ ଗୁମା ବ୍ଲକ ଏବଂ ରାଣୀପେଣ୍ଠ ଗ୍ରାମପଞ୍ଚାୟତକୁ ମଧ୍ୟ  ୩ ଦିନ ଶଟଡାଉନ୍‌ ଘୋଷଣା କରିଛି ପ୍ରଶାସନ ।

The post ଆଜିଠାରୁ ବ୍ରହ୍ମପୁର ୪ ଦିନ ପାଇଁ ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/2Zsn3bJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages