ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଅସମ୍ଭାଳ ସ୍ଥିତିରେ ପହଞ୍ଚିଲାଣି କରୋନା। ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏଥିସହ କରୋନା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ଏବେ ତାଲିକାର ପଞ୍ଚମ ସ୍ଥାନରେ ପହଞ୍ଚିଛି। ପ୍ରଥମ ସ୍ଥାନରେ ଆମେରିକା ରହିଛି, ଯେଉଁଠାରେ ୧୯ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେଠାରେ ୧ଲକ୍ଷ ୧୦ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି।

ରବିବାର ଭାରତରେ ୧୦,୭୪୯ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କ୍ରମାଗତ ୨ୟ ଦିନରେ ଭାରତରେ ପଜିଟିଭ୍ ସଂଖ୍ୟା ୧୦ହଜାର ଟପିଛି। ଶନିବାର ଭାରତରେ ୧୦,୭୮୫ ପଜିଟିଭ୍ ସଂକ୍ରମଣ ବାହାରିଥିଲା। ସେହିପରି ଗତ ୨୪ ଘଣ୍ଟା ଭିତରେ ଭାରତରେ ୨୬୦ଜଣ ମୃତ୍ୟୁବରଣ କରିଛନ୍ତି। ଫଳରେ କୋଭିଡ୍-୧୯ ମହାମାରୀ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ପ୍ରାୟ ୭,୨୦୧ରେ ପହଞ୍ଚିଛି।

ଭାରତରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮୫ହଜାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ଭିତରେ ମହାରାଷ୍ଟ୍ରରେ ୩୦୦୭ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଫଳରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୯୭୪ରେ ପହଞ୍ଚିଛି। ଏହି ମହାମାରୀ କାରଣରୁ ରାଜ୍ୟରେ ଏପର୍ଯ୍ୟନ୍ତ ୩,୦୬୦ ଲୋକ ପ୍ରାଣ ହରାଇଛନ୍ତି। ଏପରିକି ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ମହାରାଷ୍ଟ୍ର ଏବେ ଚାଇନା (୮୩,୦୩୬)କୁ ମଧ୍ୟ ଟପି ଯାଇଛି।

ତେବେ ଭାରତରେ ଟପ୍-୫ ଭିତରେ ମହାରାଷ୍ଟ୍ର ବ୍ୟତୀତ ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନ ରହିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୧୫୧୫ ନୂଆ ପଜିଟିଭ୍, ଜମ୍ମୁ ଓ କଶ୍ମୀରରେ ୬୨୦, ହରିୟାଣାରେ ୪୯୬ ଏବଂ ବେଙ୍ଗଲରେ ୪୪୯ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।

ଗୁଜରାଟରେ ନୂଆ ୪୮୦ ପଜିଟିଭ୍ ସାମ୍ନାକୁ ଆସିଛି। ତେବେ ଗୁଜରାଟର ଅହମ୍ମଦାବାଦରେ ମୃତ୍ୟୁ ସଂଖ୍ୟା ୧ହଜାର ଟପିଛି। ଗୁଜରାଟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାରରୁ ଅଧିକରେ ପହଞ୍ଚିଥିବା ବେଳେ ତାମିଲନାଡୁରେ ୩୧,୬୬୭, ଦିଲ୍ଲୀରେ ୨୮,୯୩୬ ଏବଂ ରାଜସ୍ଥାନରେ ୧୦,୫୯୯ରେ ପହଞ୍ଚିଛି।



from Odisha Reporter https://ift.tt/30qjlkC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages