ହାଇଦ୍ରାବାଦ: ‘ସାହୋ’ ଫିଲ୍ମର ନିର୍ଦ୍ଦେଶକ ସୁଜିତଙ୍କ ନିର୍ବନ୍ଧ ଶେଷ ହୋଇଯାଇଛି। ତାଙ୍କ ଭାବି ପତ୍ନୀଙ୍କ ନାମ ପ୍ରବାଲିକା। ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ନୁହନ୍ତି। ସେ ଜଣେ ଦନ୍ତ ଚିକିତ୍ସକ। ସୁଜିତ୍ ଓ ପ୍ରବାଲିକା ପରସ୍ପରକୁ ବହୁ ଦିନରୁ ଜାଣିଥିଲେ।
ଜୁନ୍ ୧୦ ତାରିଖରେ ହାଇଦ୍ରାବାଦରେ ଏହି ନିର୍ବନ୍ଧ ହୋଇଥିଲା। କରୋନା ଯୋଗୁ ସରକାର ଜାରି କରିଥିବା ନିୟମକୁ ଏଥିରେ ପାଳନ କରାଯାଇଥିଲା। ଅଧିକ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। କେବଳ ଉଭୟଙ୍କ ପରିବାର ଓ ଅଳ୍ପ ସଂଖ୍ୟକ ଅତି ଘନିଷ୍ଠ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ନିର୍ବନ୍ଧ ସଂପନ୍ନ ହୋଇଥିଲା। ତେବେ ଦୁହିଁଙ୍କ ବାହାଘର କେବେ ହେବ, ସେ ନେଇ କିଛି ସୂଚନା ମିଳି ନାହିଁ।
ସୁଜିତ୍ ମାତ୍ର ୨୩ ବର୍ଷ ବୟସରେ ତେଲୁଗୁ ସିନେମାରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ୨୦୧୪ ମସିହାରେ ରିଲିଜ୍ ହୋଇଥିବା ଏହି ରୋମାଣ୍ଟିକ୍ କମେଡି ଫିଲ୍ମର ନାଁ ‘ରନ୍ ରାଜା ରନ୍’। ଏହା ପରେ ସେ ୨୦୧୯ରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ନିର୍ଦ୍ଦେଶନା ଦେଇଥିଲେ। ଏହା ଏକ ବିଗ୍ ବଜେଟ୍ର ଫିଲ୍ମ ଥିଲା। ଆଗକୁ ସୁଜିତ୍ ଏକ ମଲୟାଲମ ଫିଲ୍ମର ତେଲୁଗୁ ରିମେକ୍ର ନିର୍ଦ୍ଦେଶନା ଦେବେ। ଏଥିରେ ଚିରଞ୍ଜୀବୀଙ୍କୁ ଦେଖିବାକୁ ମିଳିବ।
from Odisha Reporter https://ift.tt/3hmI5AA
No comments:
Post a Comment